Saturday, November 14, 2026
Home ଆଞ୍ଚଳିକ ଆସିକା ବିଜୁଜନତାଦଳ କାର୍ଯ୍ୟାଳୟର ଶୁଭ ଉଦଘାଟନୀ ମହୋତ୍ସବ ଅନୁଷ୍ଠିତ

ଆସିକା ବିଜୁଜନତାଦଳ କାର୍ଯ୍ୟାଳୟର ଶୁଭ ଉଦଘାଟନୀ ମହୋତ୍ସବ ଅନୁଷ୍ଠିତ

131

ଆସିକା,୧୬/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ବିଜୁଜନତା ଦଳ କାର୍ଯ୍ୟାଳୟର ଶୁଭ ଉଦଘାଟନୀ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମାନ୍ୟବର ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ପଂଚାୟତ ସମିତି ଅଧକ୍ଷ ହରେକୃଷ୍ଣ ମଲ୍ଲୀକ, ରାଜ୍ୟ ବିଜେଡି ସମ୍ପାଦିକା ସଂଘମିତ୍ରା ଦଳେଇ, ପୂର୍ବତନ ବିଜୁ ଜନତା ଦଳର ସଭାପତି ତଥା ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ଏବଂ ବିଜେଡି ଯୁବ ନେତା ନଚିକେତା ସ୍ୱାଇଁ, ସୂର୍ଯ୍ୟକାନ୍ତ ପରିଡା, ସତ୍ୟନାରାୟଣ ସ୍ୱାଇଁ, ଅଭିମନ୍ୟୁ ନାହାକ, ଦିଲ୍ଲୀପ ପାଣିଗ୍ରାହୀ, ଶିବ ନାହାକ, ନାଗାଜ୍ଜୁର୍ନ ବିଷୋୟୀ, କୋକୋ ରାମ ଜେନା, ଶିବ ଶଙ୍କର ମହାନ୍ତି, ରାଜେଶ ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନ୍ୟବ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଦୀପ ପେଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ
ଆସିକା ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦଘାଟନ କରିଥିବା ବେଳେ ଆସିକା ବ୍ଲକ ସଭାପତି ରାଜେଶ ପଟ୍ଟନାୟକ ଙ୍କ ତତ୍ଵାବଧାନରେ ସଭା କାର୍ଯ୍ୟକ୍ରମ ପରିଚାଳନା ହୋଇ ଥିଲା l ଆସିକା ବିଜୁଜନତା ଦଳ କାର୍ଯ୍ୟାଳୟ ଉଦଘାଟନର ମୁଖ୍ୟ ଲକ୍ଷ ହେଉଛି ଆସିକା ନିର୍ବାଚନ ମଣ୍ଡଳୀର ଯେଉଁ ସବୁ ସାଧାରଣ ଲୋକ ମାନେ ନିଜର ସୁଖ ଦୁଃଖ ଅସୁବିଧାକୁ ନେଇ ମାନ୍ୟବର ବିଧାୟିକା ପାଖରେ ପହଂଚି ପାରୁନଥିଲେ ବର୍ତ୍ତମାନ ଏହି କାର୍ଯ୍ୟାଳୟ ମାଧ୍ୟ୍ୟମରେ ଆସିକା ନିର୍ବାଚନ ମଣ୍ଡଳୀର ସମସ୍ତ ସାଧାରଣ ବ୍ୟକ୍ତିକୁ ନିଜର ସୁଖ ଦୁଃଖ ଅସୁବିଧା ଓ ସମସ୍ୟାକୁ ଉପସ୍ଥାପନା କରିବାର ସୁଯୋଗ ପାଇବେ l ଯାହା ଦ୍ୱାରା ଏହି କାର୍ଯ୍ୟାଳୟ ମାଧ୍ୟ୍ୟମରେ ନିର୍ବାଚନ ମଣ୍ଡଳୀ ପ୍ରତେକ ସାଧାରଣ ବ୍ୟକ୍ତି ମାନେ ଉପକୃତ ହେବେ l

ରିପୋର୍ଟ ରତ୍ନାକର ଶିଅ ।