Thursday, November 12, 2026
Home ଆଞ୍ଚଳିକ ଦୁର୍ଘଟଣାରେ ସିଆରପିଏଫ ଜଣେ ଯବାନ ମୃତ ଓ ଦୁଇଜଣ ଗୁରୁତର

ଦୁର୍ଘଟଣାରେ ସିଆରପିଏଫ ଜଣେ ଯବାନ ମୃତ ଓ ଦୁଇଜଣ ଗୁରୁତର

255

ବାଲିଗୁଡା,୧୬/୯ {ଜିଲ୍ଲା ଖବର} : କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାର୍ଯ୍ୟରତ ଥିବା ୧୨୭ ବାଟାଲିୟନ ର ତିନିଜଣ ଯବାନ ସରକାରି କାର୍ଯ୍ୟରେ ଏକ ବୋଲୋରୋ ଗାଡି ନେଇ ଭୁବନେଶ୍ୱର ଯାଇ କାମ ସାରି ଫେରୁଥିବା ବେଳେ କ. ନୂଆଗାଁ ଥାନା ଠାରୁ ୬ କିଲୋମିଟର ଦୂର ଥିବା ଗୁରୁଙ୍ଗୁଲି ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟିହୋଇ ଯାଇଥିଲା | ଗାଡି ର ନମ୍ବର OR 06-6555 ଥିବା ଜଣା ପଡିଛି | ଘଟଣା ସ୍ଥଳରେ ଗାଡି ଚାଳକ ଲଖଣ୍ଡେ ରାଜେନ୍ଦ୍ର ( 40 )ଙ୍କ ମୃତ୍ୟୁ ହୋଇଛି | ମୃତ୍ୟୁ ଯବାନଙ୍କ ଘର ମହାରାଷ୍ଟ୍ର ର ଅହମଦନଗର ଜିଲ୍ଲାରେ ବୋଲି ସୂଚନା ମିଳିଛି | ଅନ୍ୟ ଦୁଇ ଜଣ ଯବାନ କୁ ଅଧିକ ଚିକିଛା ପାଇଁ ଭୁବନେଶ୍ୱର ପଠାଯାଇଛି | ନୂଆଗାଁ ଥାନାରେ 54/2020 ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି | ଶବ ବ୍ୟବଛେଦ ପରେ ମୃତକଙ୍କ ଶବ ମହାରାଷ୍ଟ୍ର ର ଅହମଦନଗର ଜିଲ୍ଲା କୁ ପଠାଯିବ ବୋଲି ସିଆରପିଏଫ ତରଫରୁ ଜଣାପଡିଛି |

ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ