Saturday, November 14, 2026
Home ଆଞ୍ଚଳିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ସେବା ସପ୍ତାହ ପାଳିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ସେବା ସପ୍ତାହ ପାଳିତ

39

କବିସୂର୍ଯ୍ୟନଗର,୧୫/୯(ଜିଲ୍ଲା ଖବର) : ଯଶଶ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସତୁରି ତମ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ପାଳିତ ହୋଇ ଯାଇଛି l ଏଥିରେ କବି ସୂର୍ଯ୍ୟନଗର ବିଜେପି ତରଫରୁ ଶ୍ରୀ ରଞ୍ଜନ ପଲେଇଙ୍କ ନେତୃତ୍ୱରେ ସାରା ନିର୍ବାଚନ ମଣ୍ଡଳୀରେ ବୃକ୍ଷ ରୋପଣ କରା ଯାଇଛି l ଉକ୍ତ କାର୍ଯ୍ୟରେ ଶ୍ରୀ ରଞ୍ଜନ ପଲେଇ, ହରିହର ପଣ୍ଡା, ବନମାଳୀ ସ୍ୱାଇଁ, ଅଙ୍ଗାର ଗାଁ ମଣ୍ଡଳ ସଭାପତି ନିରଞ୍ଜନ ସ୍ୱାଇଁ, ରମାକାନ୍ତ ଦୋରା, ପହଲ୍ଲାଦ ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ l