
ବାଲିଗୁଡା,୧୫/୯ { ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ସୁଗଡ଼ବଡ଼ି ପଂଚାୟତର ବଡ଼ମହିମା ଗାଁ ରେ ଦେଖିବାକୁ ମିଳିଛି ଗୋଟିଏ ପ୍ରକାର ନୂତନ ଜ୍ଞାନ କୌଶଳ ଓ କାରିଗରୀ ର ଦୃଶ୍ୟ |କିଛି ସ୍ୱେଚ୍ଛାସେବୀ ସଂଗଠନ ଓ ଗ୍ରାମବାସି ଙ୍କ ସହାୟତାରେ ବାଉଁଶ ଦ୍ୱାରା ଝରଣା ପାଣି ଆସୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି | ମକଡ଼ମା ପାହାଡ ଉପରେ ଥିବା ଝରଣା ପାଣି କୁ ଗାଁ ଲୋକ ୭ ଦିନ କାଳ କାମ କରି ବାଉଁଶ କୁ ବାଉଁଶ ସଂଯୋଗ କରି ଝରଣା ପାଣି କୁ ବଡ଼ମହିମ ଗାଁ ରେ ପହଞ୍ଚାଇଥିଲେ | ଏହା ଦ୍ୱାରା ସ୍ଥାନୀୟ ଲୋକମାନଙ୍କର ଜଳ ସମସ୍ୟା କିଛି ମାତ୍ରା ରେ ଦୂର ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



