Saturday, November 14, 2026
Home ଆଞ୍ଚଳିକ ଜେ ସି ଆଇ ଆସିକା ସୁଗର୍ ଟାଉନ୍ ପକ୍ଷରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ କରୋନା ଯୋଦ୍ଧା...

ଜେ ସି ଆଇ ଆସିକା ସୁଗର୍ ଟାଉନ୍ ପକ୍ଷରୁ ପ୍ରଶାସନିକ ଅଧିକାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବୋର୍ଦ୍ଧିତ କରାଯାଇଛି

169

ଆସିକା,୧୫/୯(ଜିଲ୍ଲା ଖବର) : ବିଶ୍ବ ମହାମାରୀ କରୋନା ସମୟରେ ଜନସାଧାରଣଙ୍କ ପାଖରେ ପହଞ୍ଚି ନିଜ କର୍ତ୍ତବ୍ୟ ସଂପାଦନ କରିବା ସହିତ ଜଣେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବା ଆସିକା ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ, ଆସିକା ଏସ୍ ଡି ପି ଓ ସୂର୍ଯ୍ୟମଣି ପ୍ରଧାନ, ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ, ଡାକ୍ତର ରଞ୍ଜିତ କୁମାର ପଟ୍ଟନାୟକ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ଦାସ, ବିଡିଓ ରୋଶନ ଶତପଥୀ ପ୍ରମୁଖଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବୋର୍ଦ୍ଧିତ କରାଯାଇଥିବା ବେଳେ ଆସିକା ଏନ୍ ଏ ସି ପାଇଁ ଦିନରାତି ସେବା ଯୋଗାଇ କରୋନା ମହାମାରୀର ଶିକାର ହୋଇଥିବା ପୂର୍ବତନ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଦିବଙ୍ଗତ ଅଶୋକ କୁମାର ପଣ୍ଡାଙ୍କୁ କୋରାନା ଯୋଦ୍ଧା ଭାବେ ସମ୍ମାନିତ କରିଛନ୍ତି, ଜେ ସି ଆଇ ଆସିକା ସୁଗର୍ ଟାଉନ୍ ଭଳି ଏକ ଆଗଧାଡିର ସ୍ବେଛାସେବୀ ଅନୁଷ୍ଠାନ।

ରିପୋର୍ଟ ରତ୍ନାକର ଶିଅ ।