
ଆସିକା,୧୫/୯(ଜିଲ୍ଲା ଖବର) : ଜେ ସି ଆଇ ଆସିକା ସୁଗର୍ ଟାଉନ୍ ପକ୍ଷରୁ ଆସିକା ତହସିଲଦାର ଶ୍ରୀ ସଦାନନ୍ଦ ସେଠୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି। ବିଶ୍ବ ମହାମାରୀ କରୋନା ସମୟରେ ଜନସାଧାରଣଙ୍କ ପାଖରେ ପହଞ୍ଚି ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହିତ ଆସିକା ଅଞ୍ଚଳରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ପରିଚିତ ହୋଇ ପାରିଛନ୍ତି।ମାସ ମାସ ଧରି ଅହରହ ସଂଗ୍ରାମ କରି କରୋନା ମୁକାବିଲା କରିବା ସହିତ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ଶ୍ରୀ ସେଠୀ।
ରିପୋର୍ଟ ରତ୍ନାକର ଶିଅ ।


