
ବାଲିଗୁଡା,୧୪/୯ { ଜ଼ିଲ୍ଲା ଖବର }: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୁକଲଦା ଗାଁରେ ଦିଗାମ୍ବର ପ୍ରଧାନଙ୍କ ବାହାଘର ସିର୍ତ୍ତିଗୁଡା ପଞ୍ଚାୟତ କମଖଙ୍ଗିର ଭାନୁମତୀ ପ୍ରଧାନଙ୍କ ସହ ଧାର୍ଯ୍ୟ ହୋଇଥିଲା । ହେଲେ କରୋନା ପାଇଁ ବିବାହ ସ୍ଥଗିତ ରହିଥିଲା । ଏବେ ପୁଣି ଥରେ ବିବାହ ଧାର୍ଯ୍ୟ ହୋଇଥିବା ବେଳେ ବାଟରେ ପଡେ କମାଙ୍ଗି ନଦୀ। କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ପଞ୍ଚାୟତର ଝିଅ ଘରକୁ ଯିବା ପାଇଁ ରାସ୍ତା ନଥିବା ବେଳେ ମଝିରେ କମାଙ୍ଗି ନଦୀ ପାର ହେବାକୁ ପଡେ କାଠ ଡଙ୍ଗାରେ | ପ୍ରବଳ ପାଣି ଓ ସୁଅ ଥିବା କମାଙ୍ଗୀ ନଦୀ ପାର ହୋଇ ବରଯାତ୍ରୀ ଝିଅ ଘରେ ପହଂଚି ବିବାହ କାର୍ଯ୍ୟ ସାରିବା ପରେ ନବଦମ୍ପତି ମଧ୍ୟ ଫେରିଛନ୍ତି କାଠ ଡଙ୍ଗାରେ । ଡଙ୍ଗାରେ କୌଣସି ସୁରକ୍ଷା ଉପକରଣ ନଥିବା ସହ ଅଧିକ ଲୋକ ଯାତ୍ରା କରୁଥିବା ଦେଖାଯାଇଛି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



