Saturday, November 14, 2026
Home ଆଞ୍ଚଳିକ କନ୍ଧମାଳ ପୁଣି ଲାଗିଲା ମାଓ ପୋଷ୍ଟର

କନ୍ଧମାଳ ପୁଣି ଲାଗିଲା ମାଓ ପୋଷ୍ଟର

142

ବାଲିଗୁଡା,୧୩/୯ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ବଜାରରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି | କୁର୍ତ୍ତମଗଡ଼ର ପୂର୍ବତନ ସରପଞ୍ଚ ସିରିଶ ମଲ୍ଲିକଙ୍କ ନାମରେ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ଏବଂ ପୋଷ୍ଟର ମାଧ୍ୟମରେ ପୂର୍ବତନ ସରପଞ୍ଚ ଶିରିଶ ମଲ୍ଲିକଙ୍କୁ ହତ୍ୟା ଧମକ ଦିଆଯାଇଛି । ବଜରଙ୍ଗ ଦଳର ସଭାପତି ପ୍ରକାଶ ମାଝୀ ହତ୍ୟା କାଣ୍ଡରେ ଶିରିଶ ମଲ୍ଲିକଙ୍କ ହାତ ଥିବା ବ୍ୟାନର ପୋଷ୍ଟର ରେ ଦର୍ଶାଯାଇଛି । ଏଥିସହିତ ୧୩ ସେପ୍ଟେମ୍ବରକୁ ସହିଦ୍ ଦିବସ ଭାବରେ ପାଳନ କରିବାକୁ ବ୍ୟାନର ମାଧ୍ୟମରେ ଆହ୍ୱାନ ଦିଆଯାଇଛି । ଏଭଳି ପୋଷ୍ଟର ବ୍ୟାନର ଦେଖି ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି ।ଏହା ପ୍ରକୃତରେ ମାଓ ସଂଗଠନ ପକ୍ଷରୁ ଜାରି କରାଯାଇଛି ନା କୌଣଶି ଖଳ ଲୋକ ଏଭଳି ପୋଷ୍ଟର ବ୍ୟାନର ଲଗାଇଛି ସେନେଇ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ