
ପୂରୀ,୧୨/୯(ଜିଲ୍ଲା ଖବର) : ଓଡ଼ିଶା ଜନ ସାଧାରଣଙ୍କ ଆଶା ଓ ବିଶ୍ୱାସ ପ୍ରତି ରାଜ୍ୟ ସରକାର ଚକ୍ରାନ୍ତ ବିରୋଧରେ କବିସୂର୍ଯ୍ୟ ନଗର ବି ଜେ ପି ପକ୍ଷରୁ ଈ ପିଟିସନ୍ ସମ୍ବନ୍ଧୀୟ ଏକ ଭର୍ଚୁଆଲ୍ ରାଲି କବିସୂର୍ଯ୍ୟ ନଗର ଶ୍ରୀ ରଞ୍ଜନ ପୋଲାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ମହିଳା ମୋର୍ଚ୍ଚା ସାମ୍ବାଦିକା କସ୍ତୁରୀ ମହାପାତ୍ର ରାଜ୍ୟ ଉପ ସଭାନେତ୍ରୀ ଅନିତା ସୁଭଦର୍ଶନୀ, ଘୁମୁସର ଜିଲ୍ଲା ବି ଜେ ପି ପ୍ରଭାରୀ ସୁରଥ ବିଶ୍ବାଳ, ମଣ୍ଡଳ ସଭାପତି ନିରଞ୍ଜନ ସ୍ବାଇଁ, ମଧୁସୂଦନ ଜେନା, ଅଶୋକ ପ୍ରଧାନ, ଶ୍ରୀକାନ୍ତ ପଣ୍ଡା, ହରିହର ପଣ୍ଡା, ଯୁବନେତା ରମାକାନ୍ତ ଦୋରା, କୋଦଳା ଯୁବନେତା ଭଗବାନ ସ୍ବାଇଁ ଏବଂ ବି ଜେ ପି ଯୁବନେତା ସଞ୍ଜୟ ଘୋସ୍ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।





