
ଆସିକା,୧୨/୯(ଜିଲ୍ଲା ଖବର) : ଆଗରୁ ଆମେ ଅନେକ ଚିତ୍ର ଦେଖିଛେ ପ୍ରବାସୀମାନେ ବିଭିନ୍ନ ବସ ମଧ୍ୟମରେ ପେଟପାଇଁ ନିଜର ଭିଟାମାଟିକୁ ଛାଡି ପୁଣି ଥରେ ନିଜର କର୍ମ ଭୂମିକି ଫେରି ଯିବାର l ନିକଟ ଅତୀତରେ ଗୋଟିଏ ବସ ପ୍ରବାସୀ ମାନଙ୍କୁ ନେଇ ସୁରତ ଯିବା ସମୟରେ ଛତିଶଗଡ଼ ରାଜ୍ୟର ରାଇପୁର ନିକଟସ୍ଥ ଚେରିଖେଡି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯାହା ଫଳରେ ସେଇ ଦୁର୍ଘଟଣାରେ ଆଠ ଜଣ ପ୍ରବାସୀ ମଧ୍ୟ ପ୍ରାଣ ହରାଇଥିଲେ l ଯାହା ଏକ ଦୁଃଖଦ ବିଷୟ ଥିଲା l କିନ୍ତୁ ଆଜି ଯେଉଁ ଚିତ୍ର ଦେଖୁବାକୁ ମିଳିଛି,ବେଶ ଅଲଗା ।ଯେତେବେଳେ କରୋନା ପରି ମହାମାରୀର ଭୟାଭୟତା ସବୁଠି କାୟାବିସ୍ତାର କରି ଚାଲିଛି ଫଳରେ ସାଧାରଣ ଜୀବନ ଜାପାନ ସବୁ କିଛି ଠପ ହୋଇ ଯାଇଛି l ଠିକ ଏହି ସମୟରେ ପରିବାର ପେଟର ଭୋକକୁ ସମ୍ଭାଳି ନପାରି
ରାଞ୍ଚି ଝାଡ଼ଖଣ୍ଡରୁ ୪୦ ଜଣ ଯୁବତୀ ଦାଦନ ପାଇଁ ବାହାରିଛନ୍ତି ସୁଦୀର୍ଘ ତିରୁପୁରୁ ତାମିଲନାଡୁ l ସୂଚନା ଅନୁଯାଇ ଗୋଟିଏ ବସ ମାଧ୍ୟମରେ ରାଞ୍ଚି ଝାଡ଼ଖଣ୍ଡରୁ 40 ଜଣ ଯୁବତୀ skill development corporation ltd. ତରଫରୁ SR ଗାର୍ମେଣ୍ଟକୁ ମେସିନ ଓପେରେଟର ଭାବେ କାର୍ଯ୍ୟକରିବାକୁ ବାହାରିଛନ୍ତି l ବସଟି ଗଞ୍ଜାମ ଜିଲ୍ଲା ଆସିକା ଦେଇ ଗଲା ବେଳେ କିଛି ସ୍ଥାନୀୟ ବ୍ୟକ୍ତି ବସଟି ଉପରେ ସନ୍ଦେହ କରି ବସଟିକୁ ଅଟକ ରଖିଥିବା ବେଳେ ବସ ବିଷୟରେ
ଆସିକା ପୋଲିସକୁ ଖବର ଦେଇଥିଲେ l ପରେ ଆସିକା ଥାନା ଅଧିକାରୀ ବସ ପାଖରେ ପହଂଚି ବସର ସମ୍ପୂକ୍ତ କାଗଜ ପତ୍ର ଯାଞ୍ଚ କରିବା ପରେ ବସର
ଇନ୍ସୁରାନ୍ସ ଓ କାଗଜପତ୍ର ଠିକ ନଥିବାର ସୂଚନା ଦେଇଛନ୍ତି l ଏମିତିକି ଚାକିରୀ ଦେବାକୁ କହି ନେଉଥିବା ମାଲିକଙ୍କ ଦଲାଲ ସେମାନଙ୍କୁ ଠିକ ସମୟରେ ଖାଇବାକୁ ନଦେଇଥିବାର କଥା ମଧ୍ୟ ସାମ୍ନାକୁ ଆସୁଛି l
ରିପୋର୍ଟ ରତ୍ନାକର ଶିଅ


