Saturday, November 14, 2026
Home ଆଞ୍ଚଳିକ ଟ୍ରକ୍ ଚାପାରେ ୧ଛାତ୍ର ମୃତ ଅନ୍ୟ ଜଣେ ଗୁରୁତର

ଟ୍ରକ୍ ଚାପାରେ ୧ଛାତ୍ର ମୃତ ଅନ୍ୟ ଜଣେ ଗୁରୁତର

120

ଛତ୍ରପୁର ୧୨/୯(ଜିଲ୍ଲା ଖବର) : ଏକ ଅଜଣା ଗାଡି ଧକ୍କାରେ ଛତ୍ରପୁର ଜାତୀୟ ରାଜପଥ ନିକଟରେ ଵ୍ରହ୍ମପୁର ସହରର ଡିପଲ ସ୍କୁଲର 10ମ ଶ୍ରେଣୀ ଛାତ୍ର ଶିଳ୍ପାଞ୍ଚଳର ହରିଶଙ୍କର ପଣ୍ଡାଙ୍କ ମୃତ୍ୟୁ ଘଟିଛି । ଏଥିରେ ତାଙ୍କ ସହପାଠୀ ସ୍ପନ୍ଦନ ଦାସ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ହାତ ଭାଙ୍ଗିଯାଇଛି । ହରିଶଙ୍କର ଓମକାର ପଣ୍ଡାଙ୍କ ଏକ ମାତ୍ର ପୁଅ ଅଟନ୍ତି । ଓମକାର ପଣ୍ଡା ଡିପଲ ସ୍କୁଲ ନିକଟରେ ବହି ଦୋକାନ କରିଛନ୍ତି । ଆଜି ସେ ତାଙ୍କ ସମ୍ପର୍କୀୟଙ୍କ ଗାଡି ନେଇ ଛତ୍ରପୁର ବୁଲି ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ହରିଶଙ୍କର ହେଲମେଟ ପିନ୍ଧିଥିଲେ ମଧ୍ୟ ଟ୍ରକ ଚକା ତଳେ ମୁଣ୍ଡ ରହିଯିବା ଯୋଗୁଁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ସ୍ପନ୍ଦନ ଦାଶ ଙ୍କ ଆଜି ଜନ୍ମଦିନ ଥିବା ବେଳେ ଏହା ପାଳନ କରିବା ପାଇଁ ଛତ୍ରପୁର ନିକଟ ତାମ୍ପରା ବୋଟ କ୍ଳବକୁ ଯାଇଥିଲେ ।