Wednesday, November 11, 2026
Home ଆଞ୍ଚଳିକ ଭିଡ଼ିଓ କନଫରେନ୍ସ ଦ୍ୱାରା ବ୍ରହ୍ମପୁର ରେଲୱେ ଓଭରବ୍ରିଜ ଏବଂ କପା ପ୍ରକଳ୍ପ ଉଦଘାଟନ

ଭିଡ଼ିଓ କନଫରେନ୍ସ ଦ୍ୱାରା ବ୍ରହ୍ମପୁର ରେଲୱେ ଓଭରବ୍ରିଜ ଏବଂ କପା ପ୍ରକଳ୍ପ ଉଦଘାଟନ

42

ବ୍ରହ୍ମପୁର୧୨/୯(ଜିଲ୍ଲା ଖବର) : ଆଜି ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଛକ ନିକଟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ୱାରା ଇଂଜିନିୟରିଂ ସ୍କୁଲ ଛକ ଠାରୁ ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ଓଭରବ୍ରିଜର ଉଦଘାଟନ ହୋଇଯାଇଛି । ସୂଚନା ଅନୁଯାୟୀ ଓଭରବ୍ରିଜର ପ୍ରଶସ୍ତ ୬୧୫ ମିଟର ଓ ଏବଂ ଏହାର ଅଟକଳ ମୂଲ୍ୟ ୨୨କୋଟି ବୋଲି ଜଣାପଡିଛି । ଓଭର ବ୍ରିଜର ଉଦଘାଟନ ସହ ଦିଗପହଣ୍ଡି ଆରଏମସି ପକ୍ଷରୁ କପା ମଣ୍ଡି ମଧ୍ୟ ଉଦଘାଟନ ହୋଇଯାଇଛି। କପା ମଣ୍ଡିର ଅଟକଳ ମୂଲ୍ୟ ୨କୋଟି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ଉଦ୍ଘାଟନ ନିମନ୍ତେ ମାନ୍ୟବର ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା କିନ୍ତୁ ବାଚସ୍ପତିଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା କାରଣରୁ ବାଚସ୍ପତି ଯୋଗଦେଇ ପାରିନଥିଲେ ଏବଂ ବାଚସ୍ପତି ନିଜେ ଦୁଃଖ ପ୍ରକାଶ କରିଛନ୍ତି। ଉକ୍ତ ଉଦ୍ଘାଟନ କାର୍ଯ୍ୟକ୍ରମରେ ଗଞ୍ଜମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ , ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ବିଜେଡି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବିଡିଏ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ ପ୍ରଫୁଲ ସାବତ