Saturday, November 14, 2026
Home ଆଞ୍ଚଳିକ ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା

ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା

33

କବିସୂର୍ଯ୍ୟନଗର,୧୨/୯(ଜିଲ୍ଲା ଖବର) : ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା l ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀ ଠାକୁରାଣୀ ମନ୍ଦିର ନିକଟସ୍ଥ ବାଘୁଆ ନଦୀ ରାସ୍ତା ପାଖରେ l ସୂଚନା ଅନୁଯାଇ ଖରିଆ ପଞ୍ଚାୟତ ହୁମୁକି ଗ୍ରାମର 27 ବର୍ଷିୟ ବସନ୍ତ ନାହାକଙ୍କ ମୃତ ଦେହ ଏକ ବିଜୁଳି ଖୁଣ୍ଟରୁ ଜୁଲନ୍ତା ଅବସ୍ଥାରେ କବିସୂର୍ଯ୍ୟନଗର ପୋଲିସ ଉଦ୍ଧାର କରିଛି l ବସନ୍ତ ନାହାକ ନିଜ ବିବାହକୁ ବାରଣ କରି ପରିବାରଙ୍କ ସହ କଳହ କରିଥିଲେ l ଏବଂ ସୁରତ ଯିବାକୁ କହି କାଲି ରାତି 9 ଟାରୁ ଘର ଛାଡି କୁଆଡେ ଚାଲି ଯାଇଥିଲେ l ଏନେଇ କାଲି ରାତି ଠାରୁ ବସନ୍ତ ନାହାକଙ୍କ ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି ମଧ୍ୟ କରିଥିଲେ l ହେଲେ ଆଜି ସକାଳେ ବଳିଆପଲ୍ଲୀ ନିକଟସ୍ଥ ବାଘୁଆ ନଦୀ ରାସ୍ତାରେ ଥିବା ଏକ ବିଜୁଳି ଖୁଣ୍ଟରେ ତାଙ୍କ ଜୁଲନ୍ତା ଶବ ଦେଖିବାକୁ ମିଳିଥିଲା l ଖବର ପାଇ କବିସୂର୍ଯ୍ୟନଗର ଥାନା ଅଧିକାରୀ ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ud case no 21 ରେ ତାଙ୍କ ବଡ଼ଭାଇ ସନ୍ତୋଷ ନାହାକ ଅଭିଯୋଗ କ୍ରମେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇ ଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଥିଲେ l ପ୍ରାଥମିକ ତଦନ୍ତରୁ ଯାହା ସୂଚନା ମିଳୁଛି ଅତ୍ୟଧିକ ମଦପାନ କରିବା ଦ୍ୱାରା ନିଶାବଳରେ ଆତ୍ମହତ୍ୟା କରିଥିବାର ଅନୁମାନ କରିଛନ୍ତି କବିସୂର୍ଯ୍ୟନଗର ପୋଲିସ l