Saturday, November 14, 2026
Home ଆଞ୍ଚଳିକ ଜେସିଆଇ ଆସିକା ସୁଗାର ଟାଉନ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ

ଜେସିଆଇ ଆସିକା ସୁଗାର ଟାଉନ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ

123

ଆସିକା,୧୨/୯(ଜିଲ୍ଲା ଖବର) : କରୋନା ମହାମାରୀକୁ ଆଖି ଆଗରେ ରଖି ଆମ ଦେଶରେ ଦେଖାଯାଉଥିବା ରକ୍ତ ଅଭାବକୁ ଦୂରକରିବା ପାଇଁ ଜେସିଆଇ ଆସିକା ସୁଗାର ଟାଉନ ପକ୍ଷରୁ ଏକ ଅଭିନଵ ପ୍ରୟାସ ଦ୍ୱାରା ରକ୍ତଦାନ ଶିବିରର ଆୟୋଜନ କରା ଯାଇଥିଲା l ସହୃଦୟ ବ୍ୟକ୍ତି ଓ ସମାଜ ସେବୀ ମାନେ ଉକ୍ତ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିଥିଲେ l ଉକ୍ତ ରକ୍ତଦାନଶିବିରକୁ ଜେସିଆଇ ଆସିକା ସୁଗାର ଟାଉନର ସଭାପତି କେ. ସତ୍ୟନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଟି. ଭେଙ୍କଟ ରମଣ ମୂର୍ତ୍ତି ଯୋଗଦେଇ ଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଜେସିଆଇ ଆସିକା ସୁଗାର ଟାଉନ ସମ୍ପାଦକ ଗୌରବ ପାତ୍ର, ଟ୍ରେଜେରର, ଶୁଭମ ପାତ୍ର, ପୂର୍ବତନ ସଭାପତି ବଦ୍ରୀନାଥ ପାତ୍ର, ଉପଦେଷ୍ଟା କିରଣ କୁମାର ପାଢ଼ୀ, ପୂର୍ବତନ ସଭାପତି ଉମେଶ ପାତ୍ର, ଅନିଲ କୁମାର ପୃଷ୍ଟି, ସଞ୍ଜୟ ପାତ୍ର, ସୁରେଶ ପାତ୍ର, କିରଣ ପାତ୍ର, ଆଶିଷ ପାତ୍ର, ସିଦ୍ଧାର୍ଥ ସୁବୁଦ୍ଧି, ଦେବାଶିଷ ପଣ୍ଡା, ତେଜେଶ୍ୱର ପାତ୍ର, ଶିବଶଙ୍କର ପାତ୍ର, ପ୍ରଦୀପ ପାତ୍ର, ବିଶେଷ ପୃଷ୍ଟି ଟି. ଆଶିଷ କୁମାର ପାତ୍ର, ସନ୍ତୋଷ କୁମାର ପାତ୍ର
ରାଜା ପାତ୍ର , ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ l ମେଡିକାଲ କତୃପକ୍ଷରୁ କୋଇଡ଼ିନେଟର ସୁଶାନ୍ତ କୁମାର ପାଣିଗ୍ରାହୀ, ଦେବାଶିଷ ପଣ୍ଡା, ରାମହରି ପଣ୍ଡା ବାପୁନି ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ l