Thursday, November 12, 2026
Home ଆଞ୍ଚଳିକ ବୋମକେଇ ଗ୍ରାମରେ ବୋମା ମାଡ଼ ୨ଗୁରୁତର

ବୋମକେଇ ଗ୍ରାମରେ ବୋମା ମାଡ଼ ୨ଗୁରୁତର

158

ଦିଗପହଣ୍ଡି ୧୧/୦୯ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ ନୂଆଗାଁ ଥାନା ଅନ୍ତର୍ଗତ ବମକେଇ ଗ୍ରାମ ରେ ଆଜିସନ୍ଧ୍ୟାରେ ୪ ଜଣ ଯୁବକ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ବିଚ ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ୨ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣା ପଡ଼ିଛି । ସୂଚନା ପ୍ରକାରେ ବମକେଇ ଗ୍ରାମରେ ପଞ୍ଚାୟତ ନିର୍ବାଚନ ପର ଠାରୁ ଦିନ କୁ ଦିନ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି ଆଜି ଅର୍ଥାତ ଶୁକ୍ରବାର ସନ୍ଧ୍ୟାରେ ୪ ଜଣ ଯୁବକ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ବିଚ ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ୨ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି ଗତ ।ରବିବାର ଦିନ ବମକେଇ ଗ୍ରାମର ବିଜେପି ଯୁବ ନେତା ବାପି ପ୍ରଧାନ ଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା ଏହି ଭୟ ଲୋକଙ୍କ ମନରୁ ନ ଲିଭି ନଥିବା ପରେ ପୁଣି ବୋମା ପକାଇ ଅଞ୍ଚଳରେ ଆତଙ୍କ କରିବା ସହ ବିଚ ରାସ୍ତାରେ ମାରଣାସ୍ତ୍ର ଧରି ପଇଁତରା ମାରୁଛନ୍ତି ଅସାମାଜିକ ବ୍ୟକ୍ତି।ବୋମକେଇ ଗ୍ରାମର ନିର୍ଦ୍ଧିଷ୍ଠ ଏକ ଦଳର ସମର୍ଥକ ପିଙ୍କୁ ପ୍ରଧାନ ବୟସ (୨୨) ପପି ସାହୁ ବୟସ (୧୯) ଙ୍କ ଉପରକୁ ୪ଜଣ ଦୃବୃତ ପ୍ରଥମେ ୨ ଟି ବୋମା ଫିଙ୍ଗି ପଛ ପଟୁ ଖଣ୍ଡା ରେ ଆକ୍ରମଣ କରିଥିଲେ।ପ୍ରାଣ ବିକଳରେ ୨ ଜଣ ଦୌଡ଼ି ଯାଇ ଜଣେ ଲୋକଙ୍କ ଘର ଭିତରକୁ ପସିଯାଇଥିଲେ କିନ୍ତୁ ଦୃବୃତ ମାନେ ମଧ୍ୟ ସେହି ଘର ଭିତରେ ପଶି ପିଙ୍କୁ ଙ୍କ ପଛ ମୁଣ୍ଡ, ପିଠି ଓ ହାତ କୁ ଏବଂ ପପି ଙ୍କୁ ମଧ୍ୟ ଖଣ୍ଡା ରେ ୪ଚୋଟ ମାରିଥିବା ଦେଖିବାକୁ ମିଳିଥିଲା।ଘଟଣା ସ୍ଥଳରୁ ଆହତ ୨ ଜଣଙ୍କୁ ସ୍ଥାନୀୟ ବୋମକେଇ ମେଡିକାଲ ରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟ ଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଇଥିବା ସୂଚନା ମିଳିଛି।କେ ନୂଆଗାଁ ଥାନା ଅଂଚଳରେ ବାରମ୍ବାର ଏପରି ହିଂସାକାଣ୍ଡ ଘଟୁଥିବା ଯୋଗୁଁ ସାଧାରଣ ଜନତା ଏଠାରେ ନିଜକୁ ଓ ନିଜ ପରିବାର କୁ ସୁରକ୍ଷିତ ମଣୁନାହାନ୍ତି।