Tuesday, October 13, 2026
Home ଆଞ୍ଚଳିକ ୧୪ ତାରିଖରୁ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା

୧୪ ତାରିଖରୁ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା

95

ବାଲିଗୁଡା,୧୧/୯(ଜିଲ୍ଲା ଖବର) : ଆସନ୍ତା ୧୪ ତାରିଖରୁ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୧୫୩ ଟି ଓ ଓପନ ସ୍କୁଲ ପାଇଁ ୮୮ ପରୀକ୍ଷା କେନ୍ଦ୍ର ହୋଇଛି।କେନ୍ଦ୍ରଗୁଡ଼ିକ ପ୍ରତିଦିନ ସାନିଟାଇଜ୍ କରାଯିବା ସହିତ ଭିଡ଼ ନ ହେବାକୁ ଗୁରୁତ୍ଵ ଦିଆଯାଇଛି । ପରୀକ୍ଷା ସମୟରେ କୋଭିଡ୍ ନିୟମ କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।ସେହିପରି ବାଲିଗୁଡା ଠାରେ ଦୁଇ ଗୋଟି ସେଣ୍ଟର ହୋଇଥିବା ଦେଖିବାକୁ ମିଳିଛି ଗୋଟିଏ ହେଲା ଗମେଣ୍ଟ ଗାର୍ଲସ ହାଇସ୍କୁଲ ଓ ଅନ୍ୟଟି ସରସ୍ବତୀ ଶିଶୁ ମନ୍ଦିର ବାଲିଗୁଡା ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ