
କବିସୂର୍ଯ୍ୟନଗର,୧୧/୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା , ଚାମ୍ପେତ ପୁର ଗାଁ ରେ ଗତ 5/9/20 ତାରିଖ ରେ ଲୁଡ଼ୁ ଖେଳ କୁ ନେଇ ବାବୁଲା ଗୌଡ଼ କୁ ଛୁରୀ ମାରି ହତ୍ୟା କରିବା ଅଭିଯୋଗରେ ଆଜି କବିସୂର୍ଯ୍ୟନଗର ପୋଲିସ ଅଭିଯୁକ୍ତ ନରସିଂହ ଗୌଡ଼ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁରୁଷୋତ୍ତମ ପୁର SDPO ସୀମା ସ୍ୱାଇଁ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି.
ସୂଚନା ଯୋଗ୍ୟ ଯେ ଗତ 4/9/20 ତାରିଖ ରେ ଚାମ୍ପେଇତ ପୁର ଗାଁ ରେ ବାବୁଲା ଗୌଡ଼ ଲୁଡୁ ଖେଳ କରୁଥିବା ସମୟରେ ନରସିଂହ ଖେଳିବାକୁ ଯାଇ 100ଟଙ୍କା ଖେଳିବାକୁ ବାଧ୍ୟ କରିଥିଲା. ଏହାକୁ ଵାରଣ କରିବାରୁ ଦୁଇଜଣ ଙ୍କ ମଧ୍ୟରେ ଗଣ୍ଡଗୋଳ ହେଇ ତା ପରଦିନ ବାବୁଲାକୁ ମାରିବାକୁ ଉଦ୍ୟମ କରି ସନ୍ଧ୍ୟା ରେ ଛୁରୀ ରେ ଆକ୍ରମଣ କରିବା ପରେ ଡାକ୍ତର ଖାନା ନେବା ରାସ୍ତାରେ ମୃତ୍ୟୁ ହୋଇଥିଲା. ବାବୁଲାର ବାପା ସୁଜନ ଗୌଡ଼ ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ପ୍ରଭାତ ସାହୁ କେସ no 241/20 ମାମଲା ରୁଜୁ କରି ତଦନ୍ତ କରିବା ପରେ ଆଜି ଅଭିଯୁକ୍ତ ନରସିଂହ କୁ ଗିରଫ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ ନାରାୟଣୀ ପ୍ରସାଦ ମିଶ୍ର


