
ଆସିକା,୧୧/୯(ଜିଲ୍ଲା ଖବର) : ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟର ଶାଖା ଚଳିତ 2020-2021 ଶିକ୍ଷାବର୍ଷ ଠାରୁ ଉନ୍ମୋଚନ ହେଲା l
ଏହାଦ୍ୱାରା ଅର୍ଥଶାସ୍ତ୍ର, ଇଂରାଜୀ, ଇତିହାସ, ଓଡ଼ିଆ, ଓ ରାଜନୀତି ବିଜ୍ଞାନରେ ସ୍ନାତକ ସଂମ୍ମାନ ଶ୍ରେଣୀ ଖୋଲା ଯାଇ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି l
ଏହା ବ୍ୟତୀତ ଓଡ଼ିଆ ବିଭାଗରେ ସ୍ନାତକୋତ୍ତର ଶ୍ରେଣୀ ମଧ୍ୟ ରହିଛି l ଏବଂ ଏସବୁ ବିଷୟ ପରେ କମ୍ପୁଟର ପ୍ରୟୋଗ, ସ୍ନାତକୋତ୍ତର, ଡିପ୍ଲୋମା, ଗ୍ରାମ ଉନ୍ନୟନ ବିଷୟରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ବିଷୟ ରହିଛି l ଡିପ୍ଲୋମା ଭାବ ଆଦାନପ୍ରଦାନ ଶୈଳୀରେ ସାର୍ଟିଫିକେଟ କୋର୍ସ, ଇଂରାଜୀ ଓଡ଼ିଆ ଅନୁବାଦ, ଗ୍ରାମ୍ୟ ଉନ୍ନୟନ ବିଷୟରେ ସାର୍ଟିଫିକେଟ କୋର୍ସର ଶିକ୍ଷଦାନ ସୁବିଧା ରହିଛି l ଏନେଇ ଅଧ୍ୟାପକ ଶ୍ରୀଯୁକ୍ତ ଗଣେଶ୍ୱର ମାଝୀ ସୂଚନା ଦେଇଛନ୍ତି l ଯାହା ଫଳରେ ବର୍ତ୍ତମାନ ଆଖପାଖି ପ୍ରାୟ କୋଡିଏ କିଲୋମିଟର ପରିଧି ଭିତରେ ଥିବା ଜନସାଧାରଣ ଉପକୃତ ହୋଇ ପାରିବେ l ଉକ୍ତ ବିଷୟରେ ଆବେଦନ କରିବା ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟକୁ ଆବେଦନ କରିପାରିବେ l


