Saturday, November 14, 2026
Home ଆଞ୍ଚଳିକ ମୁନିଗୁଡା ଥାନା ଅଧିକାରୀଙ୍କ ମୃତ୍ୟୁ ପରେ ଆଜି ମୁନିଗୁଡାରେ ଦୋକାନ ବଜାର ବନ୍ଦ

ମୁନିଗୁଡା ଥାନା ଅଧିକାରୀଙ୍କ ମୃତ୍ୟୁ ପରେ ଆଜି ମୁନିଗୁଡାରେ ଦୋକାନ ବଜାର ବନ୍ଦ

101

ବିଷମକଟକ,୧୧/୯(ଜିଲ୍ଲା ଖବର) : କରୋନାରେ ଆଖି ବୁଜିଲେ ମୁନିଗୁଡା ଥାନା ଅଧିକାରୀ । ଚିକିତ୍ସାଧୀନ ଥିବା ଅବସ୍ଥାରେ ମୁନିଗୁଡା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ଗତକାଲି ମୃତ୍ୟୁ ହୋଇଛି। ବ୍ରହ୍ମପୁରସ୍ଥିତ ଅଶ୍ବିନୀ ହସପିଟାଲରେ ଗତକାଲି ଅପରାହଣରେ ମୃତ୍ୟୁ ହୋଇଥିବା ସ୍ଵଶ୍ଠ କରିଛନ୍ତି ରାୟଗଡ଼ ଏସପି ଡା . ସର୍ବଣ ବିବେକ ଏମ । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପୁଲିସ୍ ବିଭାଗ ସମେତ ମୁନିଗୁଡା ସହରବାସୀ ସ୍ତବ୍ଧ ହୋଇ ପଡିଛନ୍ତି । ତାଙ୍କ ମୃତ୍ୟୁରେ ଜିଲ୍ଲା ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କୁ ହରାଇଲା ବୋଲି କହିଛନ୍ତି ରାୟଗଡା ଏସପି ଡା . ସର୍ବଣ ବିବେକ ଏମ । ସେପଟେ ଥାନା ଅଧିକାରୀଙ୍କ ସ୍ମୃତିରେ ଆଜି ମୁନିଗୁଡା ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ମୁନିଗୁଡା ବିକାଶ ପରିଷଦ ଓ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି, ଯାହାଫଳରେ ଅତ୍ୟାବଶ୍ୟକ ଦୋକାନ ବ୍ୟତିତ ସମସ୍ତ ବ୍ୟବସାୟ କେନ୍ଦ୍ର ବନ୍ଦ ରହିଛି I ଗତ ସପ୍ତାହକ ତଳେ ଶ୍ରୀ ଦେହୁରୀ ଅସୁସ୍ଥ ଅନୁଭବ କରିବା ପରେ କୋଭିଡ଼୍ ପରୀକ୍ଷା କରିଥିଲେ । ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ୬ ତାରିଖରେ ତାଙ୍କୁ ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । ୭ ତାରିଖରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଅଶ୍ବିନୀ ହସପିଟାଲାକୁ ସ୍ଥାନାନ୍ତର କରାଯାଇଥିଲା । ।ଏହି ପରି ପୋଲିସ ଅଫିସର କୁ ଆମର ଶହେ ଶଲାମ୍।
ରିପୋର୍ଟ ପ୍ରସନ କୁମାର ପଣ୍ଡା