
ବାଲିଗୁଡା, (ଟିକି ଦଣ୍ଡିଆ) : କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ପରିସର ମଧ୍ୟରେ ନାଲକୋ ହକି ଚମ୍ପିଆନସିପ ଶନିବାର ଦିନ ଉଦଘାଟନ ଉତ୍ସବ ଆୟୋଜିତ ହୋଇଥିଲା l ଏହି ଉଦଘାଟନ ଉତ୍ସବରେ କନ୍ଧମାଳ ବନାମ ଅନୁଗୁଳ ମଧ୍ୟରେ ହକି ଖେଳ ଅନୁଷ୍ଠିତ ହୋଇଥିଲା l
ଏଥିରେ କନ୍ଧମାଳ ଜିଲ୍ଲା ତରଫରୁ ବାଲିଗୁଡା ବନବାସୀ ସେବା ସମିତିର ହକି ଟିମ ବିଜୟୀ ହୋଇଥିବା ବିଷୟ ସମିତିର କ୍ରୀଡା ବିଭାଗ ତରଫରୁ ଜଣାପଡିଛି l ଏହି ଖେଳ 14 ତାରିଖ ଠାରୁ 19ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l
ଏଥିରେ ଓଡିଶା ରୁ 24ଟି ଦଳ ଭାଗ ନେଉଥିବା ଜଣା ପଡିଛି l ପ୍ରକାଶ ଯେ,ସ୍ଥାନୀୟ ବନବାସୀ ସେବା ସମିତି ଜରିଆରେ ହକି କୋଚ ସୁମିତ ଲାକ୍ରାଙ୍କ ନେତୃତ୍ୱରେ 15ଜଣ ହକି ଖେଳାଳି କଟକ ବାରବାଟୀ ଷ୍ଟାଡିୟମ କୁ ଖେଳି ବାକୁ ଯାଇଥିଲେ l ଏହି ଖେଳର ଉଦଘାଟନ ଉତ୍ସବରେ କନ୍ଧମାଳ ବନାମ ଅନୁଗୁଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ 6-0 ଗୋଲରେ କନ୍ଧମାଳ ଦଳ ବିଜୟୀ ହୋଇଥିଲା l
ଜିଲ୍ଲା କ୍ରୀଡା ତରଫରୁ ଟିମ ମ୍ୟାନେଜେର ଭାବେ ସିଦ୍ଧାରଥ କୁମାର ପ୍ରଧାନ କଇଛନ୍ତି l ଉଦଘାଟନ ଉତ୍ସବର ଏହି ବିଜୟୀକୁ ନେଇ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଖେଳାଳି ମାନଙ୍କୁ ସ୍ୱାଗତ ଜଣାଇଛନ୍ତି l
l



