Wednesday, July 22, 2026
Home Uncategorized ଛତିଶଗଡ଼-ରାଇପୁର ଚେରି ଖେଡ଼ି ନିକଟରେ ଦୁର୍ଘଟଣା , ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଛି

ଛତିଶଗଡ଼-ରାଇପୁର ଚେରି ଖେଡ଼ି ନିକଟରେ ଦୁର୍ଘଟଣା , ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଛି

13

ଛତ୍ରପୁର୫/୯(ଜିଲ୍ଲା ଖବର) : ଗଞ୍ଜାମରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟ ଯାଉଥିବା ବସ୍ ଛତିଶଗଡ଼-ରାଇପୁର ଚେରି ଖେଡ଼ି ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଛି । ସେଥି ମଧ୍ୟରୁ ୧୦ରୁ ଉର୍ଦ୍ଧ୍ୱ ଆହତ ଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ବେଲଗୁଣ୍ଠା, ଆସିକାଓ ଭଞ୍ଜନଗର ବ୍ଲକ୍ ଅଂଚଳର ଏହି ଓଡ଼ିଆ ଶ୍ରମିକ ମାନେ ଗତକାଲି ଆସିକା ଅଂଚଳରୁ ବସ୍ ଯୋଗେ ବାହାରିଥିଲେ ଆଜି ଭୋର୍ ୩ଟା ସମୟରେ ଏହି ବସ୍ କୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ଛତ୍ରପୁର ବ୍ଲକ୍ ସୁନ୍ଦରପୁର ଗ୍ରାମର ରାଜୁ ମହାଙ୍କୁଡ ଙ୍କ ପୁଅ ସମୀର ମହାଙ୍କୁଡ଼ ବୋଲି ଜଣାପଡ଼ିଛି ।ଏହା ପରେ ଛତ୍ରପୁର ଆଖପାଖ ଅଂଚଳର ଶୋକର ଛାୟା ଖେଳିଯାଇଥିଲା । । ତେବେ ମୃତ ସମୀର ଗତ ଦୁଇ ବର୍ଷ ହେଲେ ସୁରତ ରେ ଦାଦନ ଭାବେ କାର୍ଯ୍ୟ କରିଆସୁଥିବା ବେଳେ କୋରନା ଲକ୍ ଡାଉନ ଯୋଗୁଁ 4 ମାସ ତଳେ ଗାଁକୁ ଫେରିଥିଲେ  । ତେବେ ଗତ କାଲି କମ୍ପାନୀ ମାଲିକ ଏକ ବସ ଯୋଗେ ପୁଣି ସୁରଥ ନେବାପାଇଁ ଆସିଥିବା ବେଳେ ସେ ଓ ଗ୍ରାମର ଶଙ୍କର ବିଷୋୟୀ ଙ୍କ ଆସିକାରୁ ସୁରଥ ଅଭିମୁଖେ ଯାତ୍ର କରିଥିଲେ  । କିନ୍ତୁ ଆଜି ଭୋରୁ ବସଟି ଦୁର୍ଘଟଣା ହୋଇ ସମୀରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଖବର ପାଇଥିଲେ  । ମୃତ ଖବର ପାଇବା ପରେ ସମୀରଙ୍କ ପରିବାର ସମେତ ଗାଁରେ ଶୋକ ଖେଳିଯାଇଛି  । ସମୀର ନିଜ ପରିବାରର ଏକ ମାତ୍ର ପୁଅ ସହ ଓ ରୋଜଗାର କଲେ ନିଜ ବାପା ମାଁ ଙ୍କ ସମେତ ଦୁଇ ଭଉଣୀ ଗୁଜୁରାଣ  ମେଣ୍ଟାଉଥିଲେ  । ଲକ୍ ଡାଉନ ଯୋଗୁଁ ପରିବାର ଚଳିବା କଷ୍ଟ ହେବାରୁ ସେ ପୁଣି ସୁରଥ ଫେରିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ସୁରଥ ପହଞ୍ଚିବା ପୂର୍ବରୁ ସମୀର ଦୁର୍ଘଟଣାର ଶୀକାର ହୋଇ ପ୍ରାଣ ହରାଇଲେ  । ଘରର ଏକ ମାତ୍ର ରୋଜଗାର ପୁଅକୁ ହରାଇବା ପରେ ରୋଗlକ୍ରାନ୍ତ ବାପା ନିଜ ପରିବାର ବୋଝ କିଭଳି ସମ୍ଭାଳିବେ ସେଥିପାଇଁ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି  ।
ରିପୋର୍ଟ ଅଶୋକ କୁମାର ବେହେରା