
ବାଲିଗୁଡ଼ା,୩/୯(ଜିଲ୍ଲା ଖବର): କୋରୋନା କଟକଣା ଯୋଗୁଁ ଗାଡ଼ି ମୋଟର ଚାଲୁଥିବା ବେଳେ ଅଞ୍ଚଳରେ କନ୍ଧମାଳ ଜିଲ୍ଲା ରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଖରୀବନ୍ଧ ନିକଟ ଜଙ୍ଗଲ ରାସ୍ତାରୁ 104 କେଜି ଗଞ୍ଜେଇ ସହ ଗୋଟିଏ ଅଟୋ ଓ ଗୋଟିଏ ମୋଟରସାଇକେଲକୁ ଜବତ କରିଛି ପୋଲିସ୍ । ଘଟଣାରେ ଦୁଇଜଣ ଚାଲାଣକରୀଙ୍କୁ କେଶ ନମ୍ବର 153/20 ରେ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ବାଲିଗୁଡ଼ା ଅଞ୍ଚଳରୁ ଅନୁଗୁଳ ଜିଲ୍ଲାକୁ ଏହି ଗଞ୍ଜେଇ ଚୋରାଚାଲାଣ ହେଉଥିଲା | ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଞ୍ଚଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସେପଟେ ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ,ଜେମେସ କୁମାର ସାହୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ସୁଡ୍ରା ଅଞ୍ଚଳର ସୁବାଷ ମଲ୍ଲିକ ବୋଲି ଜଣାପଡ଼ିଛି ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



