Thursday, November 12, 2026
Home ଆଞ୍ଚଳିକ ସାପ କାମୁଡ଼ାରେ ଯୁବକ ମୃତ

ସାପ କାମୁଡ଼ାରେ ଯୁବକ ମୃତ

19

ଛତ୍ରପୁର ୦୨/୯(ଜିଲ୍ଲା ଖବର) : ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଜଣକ ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତ ର ଗଙ୍ଗାପୁର -୧ ଗ୍ରାମ ଦିବାକର ନାହାକ (୧୮) ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଦିବାକର ଓ ତାଙ୍କ ବାପା ଗତ ସୋମାବର ନିଜ ପଦରରେ ପନିପରିବା ଆଦାୟ କରୁଥିବା ବେଳେ ଏକ ବିଷଧର ସାପ ଦିବାକର କାମୁଡୁ ଥିଲା । ଯାହାଫଳରେ ସେ ଅସୁସ୍ଥ ଅନୁଭବ କରିଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲ।। ଅବସ୍ଥା ସଂକଟାପୂର୍ଣ୍ଣ ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଦିବାକରଙ୍କ ମୃତ୍ୟୁ ଘଟିଥିଲା ବୋଲି ଛତ୍ରପୁର ବିଜେଡି ବ୍ଲକ ସଭାପତି ସପନେଶ୍ୱର ନାହାକ ଓ ଯୁବନେତା ସୁକାନ୍ତ ନାହାକ ସୂଚନା ଦେଇଛନ୍ତି ।

ରିପୋର୍ଟ ଅଶୋକ କୁମାର ବେହେରା ।