
ବ୍ରହ୍ମପୁର, (ପ୍ରଫୁଲ ସାବତ) : ଗଞାମ ପୋଲିସ ଗୁଳିର ଶିକାର ହୋଇଛି ଦୁର୍ଦ୍ଧାନ୍ତ ଅପରାଧୀ ପ୍ରମୋଦ ବାରିକ। ଭୋର ପ୍ରାୟ ୪ ଘଣ୍ଟ ସମୟରେ ପୋଲିସ କୃଷ୍ଣ ପ୍ରସାଦ ପାଳୁର ରୋଡ଼ରେ ପ୍ରମୋଦ କୁ ଧରିବା ପାଇଁ ଜାଲ ବିଚାଇଥିବା ବେଳେ କାବୁ କରିବା ପାଇଁ ଚେଷ୍ଟା କରିଥିଲା ।
ସେହି ସମୟରେ ପ୍ରମୋଦ ପୋଲିସ ଉପରକୁ ଗୁଳି ଚଳାଇଥିଲା । କିଛି ସମୟ ଧରି ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିବା ପରେ ପୋଲିସର ପାଲଟା ଗୁଳି ମାଡ଼ରେ ଆହତ ହୋଇଛି ଏହି ଦୁର୍ଦ୍ଧାନ୍ତ ଅପରାଧୀ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି ।
ଆହତ ଅବସ୍ଥାରେ ପ୍ରମୋଦକୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି। ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଉଭୟ ଗଂଜାମ ଓ ବ୍ରହ୍ମପୁର ପୋଲିସକୁ ନେଇ ଆରମ୍ଭ ହୋଇଥିବା ଅପରେସନ କ୍ଲିନ କ୍ରାଇମର ବଡ ସଫଳତା l



