Thursday, October 15, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା କୁ ଗଞ୍ଜାମ ଓ ଭୁବନେଶ୍ୱରରୁ ବସ୍ ଆସିଲା।

କନ୍ଧମାଳ ଜିଲ୍ଲା କୁ ଗଞ୍ଜାମ ଓ ଭୁବନେଶ୍ୱରରୁ ବସ୍ ଆସିଲା।

104

ବାଲିଗୁଡା,୦୨/୦୯{ଜିଲ୍ଲା ଖବର} ସାରା ଦେଶରେ କରୋନା ଲାଗିରହିଥିଲା ବେଳେ ମାର୍ଚ୍ଚ ମାସ ଠାରୁ କନ୍ଧମାଳ ଜିଲ୍ଲାକୁ ବସ୍ ସେବା ଠପ ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ଲକ ଡାଉନ୍ ଓ ସଟ ଡାଉନ୍ କଟକଣା ଉଠିବା ପରେ କନ୍ଧମାଳ ଜିଲ୍ଲାକୁ ବସ୍ ଚଳାଚଳ ସ୍ୱାଭାବିକ ଭାବେ ଆଜିଠାରୁ ଆରମ୍ଭ ହୋଇଛି। ଗତକାଲି ରାତିରେ ଭୁବନେଶ୍ୱରରୁ ଚକାଡୋଳା ବସ ବାହାରି ବାଲିଗୁଡା ଠାରେ ଆଜି ସକାଳେ ପହଞ୍ଚଛି। ବ୍ରହ୍ମପୁରରୁ ପକ୍ଷୀରାଜ ବସ ଆସି ବାଲିଗୁଡାରେ ଅପରାହ୍ନ ୧୨.୩୦ ରେ ଆସି ପହଞ୍ଚିଛି। ପକ୍ଷୀରାଜ ବସ୍ ରେ ପାଞ୍ଚ ରୁ ଛଅ ଜଣ ଯାତ୍ରୀ ଆସିଥିବା ର ଦେଖିବାକୁ ମିଳିଥିଲା। ସେହିପରି OSRTC ବସ୍ ଫୁଲବାଣୀ ରୁ ବାହାରି ଭାୟା ବାଲିଗୁଡା ଦେଇ ଯାଇଥିବାର ଦେଖିବାକୁ ମିଳିଛି ଓ ଅନ୍ୟାନ୍ୟ କେତକ ଗାଡି ବାଲିଗୁଡା ଠାରୁ ବିଭିନ୍ନ ରୁଟ୍ ରେ ଯାଇଥିବା ରେ ଦେଖିବାକୁ ମିଳିଥିଲା।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ