
ବାଲିଗୁଡା,୦୧/୦୮{ଜିଲ୍ଲା ଖବର} କନ୍ଧମାଳ ଜିଲ୍ଲା ଖଜୁରିପଡା ଅନ୍ତର୍ଗତ ରାଣୀ ପଥର ଘାଟିରେ ଏକ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରଲର ଟି ବୌଦ୍ଧ ଆଭିମୁଖେ ଯାଉଥିଲା ବେଳେ ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଜୁରିପଡା ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



