Wednesday, November 11, 2026
Home ଆଞ୍ଚଳିକ ସତ୍ୟସାଇ ସେବା ସଂଘର ପ୍ରସାରକ ତଥା ସମାଜସେବୀ ସ୍ବର୍ଗତ ଦୁର୍ଯ୍ୟୋଧନଙ୍କ ଦ୍ବାଦଶ ତିଥିରେ ଶ୍ରଦ୍ଧାଞ୍ଜଳି

ସତ୍ୟସାଇ ସେବା ସଂଘର ପ୍ରସାରକ ତଥା ସମାଜସେବୀ ସ୍ବର୍ଗତ ଦୁର୍ଯ୍ୟୋଧନଙ୍କ ଦ୍ବାଦଶ ତିଥିରେ ଶ୍ରଦ୍ଧାଞ୍ଜଳି

146

ଆସିକା ୧/୦୯ : ଜ଼ିଲ୍ଲା ଖବର ପରିବାର ତରଫରୁ ସ୍ବର୍ଗତ ଦୁର୍ଯ୍ୟୋଧନ ରଥଙ୍କୁ ଜିଲ୍ଲା ଖବର ପକ୍ଷରୁ ଶ୍ରଦ୍ଧାଞ୍ଜଳି । ସ୍ବର୍ଗତ ଦୁର୍ଯ୍ୟୋଧନ ରଥ ୧୬ ଡିସେମ୍ବର ୧୯୩୯ ରେ ଜନ୍ମ ଗ୍ରହଣ କରିଥିଲେ l ସେ ଦୀର୍ଘ ୩୦ ବର୍ଷ ଧରି ଆସିକା ଚିନି ଶିଳ୍ପ କର୍ମଶାଳା ଫୋରମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ। ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହିବା ସହ ସତ୍ୟ ସାଇ ସତସଙ୍ଗର ପ୍ରଚାରକ ଓ ପ୍ରସାରକ ଭାବରେ ସେ କାର୍ଯ୍ୟ କରୁଥିଲେ |ତାଙ୍କର ସାହାଯ୍ୟ ଓ ସହଯୋଗ ମନୋବୃତ୍ତି ପାଇଁ ସେ ସବୁଠି ପ୍ରିୟଭାଜନ ହୋଇଥିଲେ l ସେ ଥିଲେ ପରୋଉପକାରୀ ଓ ଅମାୟିକ ବ୍ୟକ୍ତିତ୍ବ ସଦା ସର୍ବଦା ଲୋକମାନଙ୍କ ଉପକାର ଚିନ୍ତା କରିବା ସହିତ ଜଣେ ମିଷ୍ଟଭାଷୀ ଭାବେ ପରିଚିତ ଥିଲେ। l ୨୨ ଅଗଷ୍ଟ ୨୦ ରେ ଶ୍ରୀ ଦୁର୍ଯ୍ୟୋଧନ ରଥ ସ୍ବର୍ଗାରୋହଣ କଲେ। ତାଙ୍କର ଅମର ଆତ୍ମର ସଦଗତି ନିମନ୍ତେ ଜିଲ୍ଲା ଖବର ପରିବାର ପକ୍ଷରୁ ଭଗବାନ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରୁଛୁ l