
ଆସିକା ୧/୦୯(ଜିଲ୍ଲା ଖବର) : ବୋଝ ଉପରେ ନଳିତା ବିଡ଼ା । କରୋନାର ମହାମାରି ଭିତରେ ଦାଉ ସାଜୁଛି ରୋଗ l ସେପଟେ ଅର୍ଥର ଅଭାବ ଯୋଗୁଁ ହୋଇପାରୁନି ରୋଗୀର ଚିକିତ୍ସା l ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସୁନାମ୍ବ ବ୍ରାହ୍ମଣ ସାହିରେ l ଏଠି ଗୋଟେ ଭଡା ଘରେ ରହନ୍ତି ଲୋକନାଥ ମହାରଣା ଏବଂ ତାଙ୍କ ସ୍ତ୍ରୀ , ଦୁଇଜଣ ଛୁଆ ଓ ବଡଭଉଣୀ ମନୋରମା ମହାରଣା l ଆଗରୁ କାଠ କାମ କରି କଷ୍ଟେ ମଷ୍ଟେ ନିଜର ପରିବାର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଗତ ଦୁଇ ବର୍ଷହେଲା ଲୋକନାଥ ମହାରଣା ହୃଦଘାତ ଜନିତ ରୋଗର ପୀଡିତ ଅଛନ୍ତି l ଏନେଇ ପ୍ରାୟ ଏକ ବର୍ଷ ହେଲା ପୂଟପତି ଯାଇ ଏକ ଚିକିତ୍ସିତ ହେଉଥିଲେ l କିନ୍ତୁ କରୋନା ସମୟରେ ଲକଡାଉନ ସଡ଼ଡାଉନରେ ମଧ୍ୟରେ ଆର୍ଥିକ ଅଭାବ ଅନାଟନ ଯୋଗୁଁ ସେ ନିଜର ସମ୍ପୂର୍ଣ ଚିକିତ୍ସା ପାଇଁ ପୁଟପତିକୁ ଯାଇ ପାରିନଥିଲେ l ଯାହା ଫଳରେ ଲୋକନାଥଙ୍କ ସମ୍ପୂର୍ଣ ଚିକିତ୍ସାର ଅଭାବରୁ ଆଜିକୁ ଏକମାସ ହେଲା ବ୍ରେନ୍ ଷ୍ଟୋକ କାରଣରୁ ପକ୍ଷାଘାତ ରୋଗର ସ୍ୱୀକାର ମଧ୍ୟ ହୋଇଛନ୍ତି l ଦୀର୍ଘ ଛଅ ମାସର କରୋନାର କରାଳରୂପ ପୁରା ପରିବାରକୁ ଛିନ୍ନଭିନ୍ନ କରିଦେଇଛି l ଆର୍ଥିକ ଅଭାବ ଯୋଗୁଁ ସ୍ୱାମୀର ଚିକିତ୍ସା ହୋଇ ପାରୁନଥିବାରୁ ପୁରା ପରିବାର ଏବେ ଚିନ୍ତାରେ l ସ୍ୱାମୀ ଲୋକନାଥ ମହାରଣାଙ୍କ ଏଭଳି ଅବସ୍ଥାଦେଖି ସ୍ତ୍ରୀ ଜୋସ୍ନା ମହାରଣା ପରିବାର ଚିନ୍ତାରେ ଭାଙ୍ଗିପଡିଥିବା ବେଳେ ବଡ଼ ଭଉଣୀ ମନୋରମା ମହାରଣା ଘରେ ସିଲେଇ ମେସିନ ଚଳେଇ ଯାହା ରୋଜଗାର କରୁଛନ୍ତି l ସେଥିରେ ସେ ନିଜ ଭାଇଙ୍କ ପରିବାରକୁ ବହୁ କଷ୍ଟର ଚଳାନ୍ତି l କିନ୍ତୁ ଅର୍ଥର ଅଭାବ ଯୋଗୁଁ ଲୋକନାଥଙ୍କ ଚିକିତ୍ସା ହୋଇପାରି ନଥିବା ବେଳେ ପରିବାରର ଭବିଷ୍ୟତ ଅନ୍ଧକାର ଆଡକୁ ଗତିକରୁଛି l ତେଣୁ ତାଙ୍କର ଏହି ଅସହାୟ ପରିବାର ଉପରେ ପ୍ରଶାସନିକ ଦୃଷ୍ଟି ଯଦି ପଡେ ଏବଂ ଲୋକନାଥଙ୍କ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ମିଳେ ତାହେଲେ ଏଭଳି ଏକ ଯନ୍ତ୍ରଣା ଦାୟକ ପରିସ୍ଥିତିରୁ ସେମାନେ ମୁକୁଳି ପାରିବେ ବୋଲି ଆଶା ପୋଷଣ କରିଛନ୍ତି ତାଙ୍କ ସ୍ତ୍ରୀ ଓ ବଡ ଭଉଣୀ l ବର୍ତ୍ତମାନ ଦେଖିବାକୁ ରହିଲା କେବେ ପଡୁଛି ଏହି ଅସହାୟ ପରିବାର ଉପରେ ପ୍ରଶାସନର ନଜର। ସାହାଯ୍ୟର ହାତ ବଢ଼େଇବେ କି ସ୍ଥାନୀୟ ପ୍ରଶାସନ l
ରିପୋର୍ଟ ରତ୍ନାକର ଶିଅ




