Saturday, November 14, 2026
Home ଆଞ୍ଚଳିକ ନିଆରା ଢ଼ଙ୍ଗରେ ଖୁଦୁରୁକୁଣୀ ଓସା ପାଳିଲେ ମା ବାହୁତି କିନ୍ନର ମହାସଂଘ

ନିଆରା ଢ଼ଙ୍ଗରେ ଖୁଦୁରୁକୁଣୀ ଓସା ପାଳିଲେ ମା ବାହୁତି କିନ୍ନର ମହାସଂଘ

24

ଗଞ୍ଜାମ ୧/୯(ଜିଲ୍ଲା ଖବର) : ସଂକୃତି ଓ ପରମ୍ପରା କୁ ନେଇ ସମୃଦ୍ଧ ଆମ ଓଡ଼ିଶା । ଏଠି ବାର ମାସରେ ତେର ପର୍ବ ପାଳନ କରାଯାଏ । ଭାଦ୍ରବ ମାସରେ ପଡ଼େ ଖୁଦୁରୁକୁଣୀ ଓଷା, କୁଆଁରୀ ଝିଅ ମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ଏହି ଓଷାକୁ । ପ୍ରତି ରବିବାର ଦିନ ଏହି ଓଷା ପାଳନ କରାଯାଏ । କିମ୍ବଦନ୍ତି ଅନୁଯାୟୀ ସାଧବ ପୁଅ ମାନେ ବ୍ୟବସାୟ ପାଇଁ ବିଦେଶ ଯାଇଥିବା ବେଳେ ଭଉଣି ତଅପୋଇ ଭାଉଜ ମାନଙ୍କ ଅତ୍ୟାଚାର ସହି ନପାରି ମା ମଙ୍ଗଳାଙ୍କୁ ପୂଜା କରିଥିଲେ ଭାଇମାନେ ଭଲରେ ଭଲରେ ନିଜ ପାଖକୁ ଫେରି ଆସିବାକୁ । ସେହିଦିନ ଠାରୁ ଭାଇ ମାନଙ୍କର ଓ ପରିବାରର ମଙ୍ଗଳ ପାଇଁ ବିଶେଷ କରି ଭଉଣି ମାନେ ରଖିଥାନ୍ତି ଏହି ବ୍ରତ । ଗଂଜାମ ଜିଲ୍ଲାର ଖଲ୍ଲିକୋଟ ନିକଟସ୍ଥ ଭେଜିପୁଟ ଠାରେ ଥିବା ମା ବାହୁତି କିନ୍ନର ମହାସଂଘର ସଦସ୍ୟା ମାନେ ଏହି ଓଷାକୁ ତିନି ବର୍ଷ ହେଲା ନିଆରା ଢ଼ଙ୍ଗରେ ପାଳନ କରି ଆସୁଛନ୍ତି । ବିଗତ ବର୍ଷ ମାନଙ୍କରେ ଉଜ୍ଜାପନୀ ଓ ଭସାଣି ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କିନ୍ନର ମାନେ ଆସି ଏକାଠି ହୋଇ ନାଚ, ଗୀତ ଓ ଭୋଜିଭାତ କରି ଆନନ୍ଦ ଉଲ୍ଲସର ସହ ମା ଙ୍କୁ ବିଦାୟ ଦେଇଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ନିଡାମ୍ବର ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।