
ବାଲିଗୁଡ଼ା ୩୧/୮(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରୁ ୪ ଜଣ ପୋଲିସ କର୍ମଚାରୀ ମାନଙ୍କ ଗତ ୨ ତାରିଖ ଦିନ କରୋନା ଟେଷ୍ଟିଙ୍ଗ ରେ ପଜଟିବ୍ ବାହାରିଥିଲା | ପଜଟିବ୍ବାହାରିବା ପରେ କୋଭିଡ ହସ୍ପିଟାଲକୁ ନିଆଯାଇ ଥିଲା | ସେଠାରୁ ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ | ଗତକାଲି ଟେଷ୍ଟ କରିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା |ଫିରିଙ୍ଗିଆ ଥାନାଭାରପ୍ରାପ୍ତ ଅଧିକାରୀ ସୁନ୍ଦର ରାଓ ୪ ଜଣ ପୋଲିସ କର୍ମଚାରୀ କରୋନା ଯୋଦ୍ଧାର ସନ୍ନମାନିତ କରାଯିବା ପରେ ଚାକିରୀରେ ଯୋଗଦେଇଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



