Wednesday, October 14, 2026
Home ଆଞ୍ଚଳିକ ସେପ୍ଟେମ୍ବର ମାସ ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ କରୋନା ମୁକାବିଲା ନେଇ ନିୟମାବଳୀ...

ସେପ୍ଟେମ୍ବର ମାସ ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ କରୋନା ମୁକାବିଲା ନେଇ ନିୟମାବଳୀ ଜାରି ହୋଇଛି

108

ବାଲିଗୁଡ଼ା ୩୧/୦୮(ଜିଲ୍ଲା ଖବର) : ଅବରୋଧ ଅଞ୍ଚଳରେ ସେପ୍ଟେମ୍ବର ୩୦ ଯାଏଁ ଲକଡାଉନ ରହିବ । ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି (ଅନଲକ 4) । ଅବରୋଧ ଅଞ୍ଚଳରେ ଜରୁରୀ ସେବା ପାଇଁ ଅନୁମତି ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ଲକଡାଉନ ଜାରି କରିପାରିବେ ନାହିଁ । ଏହାସହ ସେପ୍ଟେମ୍ବର ମାସ ୩୦ ତାରିଖ ଯାଏଁ ଧର୍ମାନୁଷ୍ଠାନ, ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡ଼ିଟୋରିୟମ ସବୁ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ସେପ୍ଟେମ୍ବର 21 ତାରିଖ ପରେ ଓପନ ଏୟାର ଥିଏଟର ଖୋଲିବ । ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ , ପୂଜା ଛୁଟି ଯାଏଁ ବନ୍ଦ ରହିବ । କିନ୍ତୁ ପରୀକ୍ଷା, ମୂଲ୍ୟାଙ୍କନ ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟକଳାପ ଜାରି ରହିବ । ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ ।
ଏହାସହ ବିବାହ ଉତ୍ସବରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ଜଣ ସାମିଲକୁ ଅନୁମତି ମିଳିଛି । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଯାତାୟାତରେ ପ୍ରତିବନ୍ଧକ ନାହିଁ । ଆସନ୍ତାକାଲିଠାରୁ ପାସେଞ୍ଜର ବସ ଚାଲିବ । ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଗାଇଡ଼ଲାଇନରେ ରାତ୍ରୀ କାଳିନ କର୍ଫ୍ୟୁ ଉପରେ କୌଣସି ସୂଚନା ଦିଆଯାଇ ନାହିଁ । ସେହିପରି ଶନିବାର ଓ ରବିବାର ସଟଡ଼ାଉନକୁ ମଧ୍ୟ ହଟେଇ ଦିଆଯାଇଛି ।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ