
ବାଲିଗୁଡା,୩୧/୦୮{ଜିଲ୍ଲା ଖବର} କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରୁ ୪ ଜଣ ପୋଲିସ କର୍ମଚାରୀ ମାନଙ୍କ ଗତ ୨ ତାରିଖ ଦିନ କରୋନା ଟେଷ୍ଟ ପରେ ପଜିଟିଭ୍ ବାହାରିଥିଲା। ଏବଂ ସେମାନେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରୁ ସେମାନେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗତକାଲି ଟେଷ୍ଟ କରିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା। ଫିରିଙ୍ଗିଆ ଥାନାଭାରପ୍ରାପ୍ତ ଅଧିକାରୀ ସୁନ୍ଦର ରାଓ ୪ ଜଣ ପୋଲିସ କର୍ମଚାରୀ କରୋନା ଯୋଦ୍ଧାର ସମ୍ମାନିତ କରାଯିବା ପରେ ଚାକିରୀରେ ଯୋଗଦେଇଥିଲେ।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



