Saturday, November 14, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟର ତିନୋଟି ବିଭାଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର

ଆସିକା ବିଜ୍ଞାନ ମହାବିଦ୍ୟାଳୟର ତିନୋଟି ବିଭାଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର

31

ଆସିକା,୩୦/୮(ଜିଲ୍ଲା ଖବର) : ସଂପ୍ରତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶିତ
ହୋଇଯାଇଛି । ସେଥିମଧ୍ୟରୁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ୩ କଳାର ତିନୋଟି ବିଭାଗରୁ
ବିଶ୍ବବିଦ୍ୟାଳୟ’ ଟପ୍ପର ହୋଇଛନ୍ତି । ଏହି ସଫଳତା ମହାବିଦ୍ୟାଳୟ ପାଇଁ ଗର୍ବ ଏବଂ ଗୌରବ
ଆଣିପାରିଛି । ହିନ୍ଦୀ ବିଭାଗର ମେଧାବୀ ଛାତ୍ର ଶ୍ରୀ କାହ୍ନୁ ବିଶ୍ବାଳ ୧୨୪୭ ନ ରଖି ବିଶ୍ବବିଦ୍ୟାଳୟ
ଅନର୍ସ ଟପ୍ପର ହୋଇଛନ୍ତି । ଓଡ଼ିଆ ବିଭାଗର ମେଧାବୀ ଛାତ୍ରୀ ସୁଶ୍ରୀ ପୁଷ୍ପାଞ୍ଜଳି ପାତ୍ର ୧୧୨୨ ନ
ରଖି ବିଶ୍ବବିଦ୍ୟାଳୟ ଅନର୍ସ ଟପ୍ପର ହୋଇଥିବା ବେଳେ ଅର୍ଥନୀତି ବିଭାଗରୁ ମେଧାବୀ ଛାତ୍ରୀ ସୁଶ୍ରୀ
ସାଜଶ୍ରୀ ନାହାକ ୧୧୭୯ ନ’ ରଖି ଅନର୍ସ ର ହୋଇପାରିଛନ୍ତି । ଏହି ଛାତ୍ର-ଛାତ୍ରୀମାନଙ୍କୁ ବିଭିନ୍ନ
ମହଲରୁ ଶୁଭେଚ୍ଛାର ଶୁଅ ଛୁଟୁଛି । ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ
ଜୀବାନନ୍ଦ ତ୍ରିପାଠୀ, ହିନ୍ଦୀ ବିଭାଗର ବିଭାଗ ମୁଖ୍ୟ ଡଃ ଶେଖ୍ ସଇଦ୍, ଅଧ୍ୟାପକ ଶ୍ରୀ ରାଜେଶ୍
କୁମାର ସାହୁ, ଅଧ୍ୟାପିକା ସୁଶ୍ରୀ ଜିନିଡ୍ ସବ, ଓଡ଼ିଆ ବିଭାଗର ବିଭାଗ ମୁଖ୍ୟ ଡଃ ସ୍ମିତାରାଣୀ ପଣ୍ଡା,
ଅଧ୍ୟାପିକା ସୁଶ୍ରୀ ସସ୍ମିତା ପାତ୍ର ଏବଂ ଅର୍ଥନୀତି ବିଭାଗର ବିଭାଗ ମୁଖ୍ୟ ଶ୍ରୀ ଏସ୍. କୁମାର ସ୍ବାମୀ,
ଅଧ୍ୟାପକ ଦେବବ୍ରତ ସାହୁ ଏବଂ ଦୟାନିଧି ବଡ଼ରତ ତଥା ମହାବିଦ୍ୟାଳୟର ଅନ୍ୟ ସମସ୍ତ
ଅଧ୍ୟାପକ ଅଧ୍ୟାପିକା ସେମାନଙ୍କୁ ଏବଂ ଅନ୍ୟ ମେଧାବୀ ଛାତ୍ର-ଛାତ୍ରୀ ଯେଉଁ ମାନେ ୧୦ ନ
ଟପ୍ପର ତାଲିକାଭୁକ୍ତ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ହିନ୍ଦୀ ଟପ୍ପର କାହୁ ବିଶ୍ବାଳ
: ଏହି ସଫଳତାର ଶ୍ରେୟ ସମସ୍ତ ହିନ୍ଦୀ ଅଧ୍ୟ ପବ ଏବଂ” ଅଧ୍ୟାପିକାଙ୍କ ସହ ନିଜ ପିତା ଘଟକୁରୀ ଗ୍ରାମ
ନିବାସୀ ଶ୍ରୀ କେଶବ ବିଶ୍ବାଳ ଏବଂ ମାତା ଶ୍ରୀମତୀ ବିଷ୍ଣୁପ୍ରିୟା ବିଶ୍ବାଳଙ୍କୁ ଅର୍ପଣ କରିଛନ୍ତି । ତୃଉଗାଁ
ଗ୍ରାମନିବାସୀ ଶ୍ରୀ ମୃତ୍ୟୁଞ୍ଜୟ ପାତ୍ର ଏବଂ ଶ୍ରୀମତୀ ସାବିତ୍ରୀ ପାତ୍ରଙ୍କ ସୁକନ୍ୟା ଓଡ଼ିଆ ଟପ୍ପର ସୁଶ୍ରୀ
ପୁଷ୍ପାଞ୍ଜଳି ପାତ୍ର ନିଜ ସଫଳତାର ଶ୍ରେୟ ଓଡ଼ିଆ ବିଭାଗର ଉଭୟ ଅଧ୍ୟାପିକାଙ୍କୁ ଅର୍ପଣ କରିଛନ୍ତି
ଏବ ଅର୍ଥନୀତି ବିଭାଗର ଟପ୍ପର ସୁଶ୍ରୀ ସାଜ ନାହାକ କହିଛନ୍ତି ଯେ ଏହି ସଫଳତା ମୋର ନିଜର
ଅକ୍ଲାନ୍ତ ପରିଶ୍ରମ, ବିଭାଗୀୟ ଅଧ୍ୟାପକଙ୍କ ପରାମର୍ଶ ଏବଂ ମୋ ପିତା ମାତାଙ୍କ ଆଶିର୍ବାଦରୁ ହିଁ
ସମ୍ଭବପର ହୋଇପାରିଛି । ସୁଶ୍ରୀ ସାଜଶ୍ରୀ ନାହାକଙ୍କ ପିତା କେ. ଲଛମନ ପଲ୍ଲୀ ଗ୍ରାମନିବାସୀ ଶ୍ରୀ
କୁଞ୍ଜ ବିହାରୀ ନାହାକ ଏବଂ ମାତା ଶ୍ରୀମତୀ ସୁଲତା ନାହାକ ଅଟନ୍ତି । ପ୍ରକାଶ ଥାଉ କି ଏହି
ମହାବିଦ୍ୟାଳୟରୁ ଆଳକୁ ନଅ ବର୍ଷ ହେଲା ନିନ୍ଦା ବିଭାଗ ମୁଖ୍ୟ, ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ
ନିଷ୍ଠା ଏବଂ ସଦିଛା ଦ୍ଵାରା ହିନ୍ଦୀ ସମ୍ମାନରେ ବିଶ୍ବବିଦ୍ୟାଳୟ ଟପ୍ପର ହୋଇଆସୁଛନ୍ତି । ତେଣୁ
ରାଷ୍ଟ୍ରଭାଷାର ଉତ୍ତରୋତ୍ତର ଉନ୍ନତି ପାଇଁ ନିକଟ ଅତୀତରେ ଆସିଥିବା ବିଶ୍ବବିଦ୍ୟାଳୟ ଅନୁଦାନ
ଆୟୁକ୍ତ (ୟୁ.ଜି.ସି.)ଙ୍କୁ ମହାବିଦ୍ୟାଳୟର ହିନ୍ଦୀ ଛାତ୍ରମହଲ ହିନ୍ଦୀ ସ୍ନାତକୋତ୍ତର (ହିନ୍ଦୀ ପି.ଜି.)
ବିଭାଗର ଶ୍ରୀଗଣେଶ ପାଇଁ ନିବେଦନ କରିଛନ୍ତି ।