Home ଆଞ୍ଚଳିକ ଜଟଣୀ-ପିପିଲି ମୁଖ୍ୟ ରାସ୍ତାରେ ଦୁଇ ଫୁଟ ବନ୍ୟା ଜଳ,ବନ୍ୟାଞ୍ଚଳ ପରିଦର୍ଶନ କଲେ ସରକାରୀ କଳ ଓ...

ଜଟଣୀ-ପିପିଲି ମୁଖ୍ୟ ରାସ୍ତାରେ ଦୁଇ ଫୁଟ ବନ୍ୟା ଜଳ,ବନ୍ୟାଞ୍ଚଳ ପରିଦର୍ଶନ କଲେ ସରକାରୀ କଳ ଓ ବିଧାୟକ।

11

ଜଟଣୀ,୨୯/୦୮{ଜିଲ୍ଲା ଖବର}ହୀରାକୁଦରେ ବନ୍ୟାଜଳ ଆସିବା ପରେ ଜଟଣୀ ସହର ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାକୁ ଲାଗିଲାଣି। ଜଟଣୀ-ପିପିଲି ମୁଖ୍ୟ ରାସ୍ତାର କଂଟିଠାରେ ୨ଫୁଟର ବନ୍ୟାଜଳ ପ୍ରବାହିତ ହୋଇଥିବା ବେଳେ ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଙ୍କରୀ ପଞ୍ଚାୟତର ଅନେକ ଗ୍ରାମ ଏବେ ବନ୍ୟା ପ୍ରପୀଡିତ ମଧ୍ୟରେ ରହିଛି। ଏନେଇ ଆଜି ପୁର୍ବାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଜଟଣୀ ନାଗରିକ କମିଟିର ସଭାପତି କ୍ୟାପ୍ଟେନ ମନ୍ମଥ ରାଉତରାୟ ପ୍ରମୁଖ ବାହ୍ୟ ଜଗତରୁ ବିଛିନ୍ନ ଗ୍ରାମଗୁଡିକ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇଥିଲେ। ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ପାଣ୍ଡିଆବିଲି ଘାଟରେ ପଡିଥିବା ବୋଟ୍ ଟି ଦୀର୍ଘ ଦିନରୁ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ପଡି ରହିଥିଲା। ଏହି ବୋଟରେ ୧.୫ ଅଶ୍ମ ଶକ୍ତି ବିଶିଷ୍ଟ ୨ଷ୍ଟ୍ରୋକ ଇଞ୍ଜିନ୍ ରହିଥିବା ବେଳେ ଏହାକୁ ବଦଳାଇ ୨.୫ର ୪ଷ୍ଟ୍ରୋକ ଇଞ୍ଜିନ୍ ଲଗାଇ ଦିଆଯାଇଛି। ଫଳରେ ଏହି ବୋଟରେ ଅଧିକ ଚାପ ସୃଷ୍ଟିହୋଇ ବୋଟଟି ବୁଡି ଯିବାର ଆଶଙ୍କା କରାଯାଉଛି। କେବଳ ନଦୀର ଜଳସ୍ତର ବଢିଲେ ଏହି ବୋଟ ଚାଲିପାରିବ। ତେଣୁ ଏବେ ନଦୀର ଜଳସ୍ତର ବଢିବାପରେ ଏହାକୁ ବ୍ୟବହାର କରାଯାଇଛି। ତେଣୁ ଏନେଇ ଦୀର୍ଘ ଦିନରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି।ସେହିପରି ଜଟଣୀ-ପିପିଲି ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ଯାତୟତ ପ୍ରଭାବିତ ହୋଇଛି। ଏଥିରେ କଂଟି,ବାରିମୂଳ,ସାଧୀପୁର,ମଠସାହି ଓ ଭାରତିପୁର ଏହିଭଳି କିଛି ଗ୍ରାମ ଯୋଗାଯୋଗ ବିଛିନ୍ନ ହୋଇଛି। ତେବେ ଆଜି ହୀରାକୁଦରୁ ୪୪ଟି ଗେଟ୍ ଖୋଲିବାପରେ ମୁଣ୍ଡଳି ଦେଇ ୯ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।ଏହି ପ୍ରବାହିତ ଜଳ ରବିବାର ସୁଦ୍ଧା ଦୟା ନଦୀରେ ପ୍ରବାହିତ ହେବ। ମାତ୍ର ଶନିବାର ଅପରାହ୍ନ ସୁଦ୍ଧା ହୀରାକୁଦର ୪୦ଟି ଗେଟ୍ ଖୋଲା ଯାଇଥିବା ବେଳେ ଏହି ବନ୍ୟାଜଳ ବିପଦ ସଂକେତ ଅତିକ୍ରମ କରିପାରେ ବୋଲି ଆଶଙ୍କା ରହିଛି। ଯଦି ବର୍ତ୍ତମାନ ସ୍ଥିତିରେ ଏହି ବନ୍ୟାଜଳ ଆସିବା ପୁର୍ବରୁ ନଦୀର ସ୍ତର କମିଯାଏ ତେବେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଇରିଗେସନ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ଜଟଣୀ ଦେଇ ପ୍ରବାହିତ ହୋଇଥିବା ଦୟା ଓ ରାଜୁଆ ନଦୀର ସଂଗମ ସ୍ଥଳରେ ଆଜି ସୁଦ୍ଧା ୭.୫ ମିଟର ଜଳପ୍ରବାହିତ ହେଉଛି। ଧିରେ ଧିରେ ଜଳପତ୍ତନ ବଢ଼ିବାରେ ଲାଗିଛି। ନଦୀ କୁଳିଆ ଅଞ୍ଚଳ ଜଟଣୀ ବ୍ଲକ ଅଧିନସ୍ଥ ବେଣାପଙ୍ଗରୀ ପଞ୍ଚାୟତର ପାଣ୍ଡିଆବିଲି,ବୁଢାଙ୍ଗରା,ବିପିପୁର, ନୂଆସାହି,ତେଲାଙ୍ଗଚାରିପଡା,ୱାସପଦର ବୈଶମପାଟଣା,ମାତାସାହି, ନୂଆପାଟଣା,ଗୋଡ଼ିପାଟଣା,ସୁନ୍ଦରାସାହି,ମାନପୁର ଗାଁ କୁ ଯୋଗାଯୋଗ ବିଛିନ୍ନ ହେବା ସହିତ ସେମାନଙ୍କ ପରିସ୍ଥିତି ଭୟଙ୍କର ହେଲାଣି। ପ୍ରତିଦିନ ଏହି ୧୦ଟି ଗ୍ରାମର ହଜାର ହଜାର ସଂଖ୍ୟକ ଲୋକ ଏହି ନଦୀଦ୍ୱୟ ପାରିହୋଇ ଜଟଣୀ ଭୁବନେଶ୍ଵର,ଖୋର୍ଦ୍ଧା,ପିପିଲି, ନିମାପଡା,ପୁରୀ ସହରକୁ ଯାଇଥାନ୍ତି। ସ୍କୁଲ,କଲେଜର ମାସ ଶୋଚନୀୟ ହୋଇଥାଏ ବୋଲି କହିଥାନ୍ତି। ଅନ୍ୟ ପକ୍ଷରେ ଏହି ବାଟ ଦେଇ ତେଲାଙ୍ଗ,କଣାସ ଓ ଜଟଣୀ ବ୍ଲକର ହଜାର ହଜାର ସଂଖ୍ୟକ ଲୋକେ ଯାତାୟତପାଇଁ ନିର୍ଭର କରନ୍ତି।ତେବେ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମିଳିତଭାବେ ଘରପିଛା ୨୦୦ ଟଙ୍କା ଲେଖାଁଏ ଆଦାୟ କରି ଘାଟରେ ଡଙ୍ଗା କିଣି ପକାଇଥିଲେ। ଏଥି ସହିତ ଗ୍ରାମର ଘରପିଛା ଜଣେ ବ୍ୟକ୍ତି ଘାଟଡଙ୍ଗା ଚଳାଇବା ସହିତ ଗ୍ରାମ୍ୟ ଫଣ୍ଡକୁ ୨୦୦ଟଙ୍କା ଲେଖାଏ ଦେବାକୁ ପ୍ରତିଦିନିଆ ବ୍ୟବସ୍ଥାରେ ପରିଣତ ହୋଇଯାଇଛି। ଏହାକୁ ବାଧ୍ୟତା ମୂଳକଭାବେ କରିବାକୁ ହୋଇଥାଏ । ହେଲେ ଏବେ ନଦୀରେ ବନ୍ୟା ଆସିବା ଦ୍ବାରା ଏହି ଡଙ୍କାରେ ଲୋକେ ବିନା ଲାଇଫ ଜ୍ୟାକେଟରେ ବିପଦପୁର୍ଣ୍ଣ ଭାବେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ନିଜ ଅର୍ଥରେ ତଙ୍ଗା କିଣିବାପରେ ଏବେ ପ୍ରତିବର୍ଷ ସେଥିରେ ମରାମତି ପାଇଁ ୫୦ହଜାର ଟଙ୍କା ଲେଖାଁଏ ଖର୍ଚ୍ଚ ଚଳାଇଛନ୍ତି। ଏହା ଆଉ ଏକ ଅଭାବୀକରଣ ବିପତ୍ତି ବୋଲି କହିଛନ୍ତି ଗ୍ରାମବାସୀ। ତେବେ ଏନେଇ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇଦେବାଲାଗି କ୍ୟାପ୍ଟେନ ମନ୍ମଥ ରାଉତରାୟ ପ୍ରଶାସନକୁ ଗୁହାରି କରିଛନ୍ତି। ଏଥିପ୍ରତି ସରକାରୀ କଳ କଡା ନଜର ମଧ୍ୟରେ ବିଛିନ୍ନାଞ୍ଚଳ ଗ୍ରାମଗୁଡିକ ଉପରେ ଦୃଷ୍ଟି ରଖିଛି ବୋଲି ଜଟଣୀ ବିଡ଼ିଓ ଦିଲିପ ଷଡଙ୍ଗୀ କହିଛନ୍ତି।

ରିପୋର୍ଟ ସଞ୍ଜୀବ କୁମାର