
ଜଟଣୀ,୨୯/୦୮{ଜିଲ୍ଲା ଖବର}ଆଜି ହେଉଛି ଜାତୀୟ କ୍ରିଡା ଦିବସ। ଏହି ପରିପ୍ରେକ୍ଷୀରେ ଜଟଣୀ ସହରରେ ରହିଥିବା ସମସ୍ତ ଖେଳାଳି ମାନଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଛା। ଆଜି ହେଉଛି କ୍ରୀଡାବିତ୍ ମାନଙ୍କ ପାଇଁ ଏକ ଖୁସିର ଦିନ। ହେଲେ ଅନେକ ପ୍ରତିଭା ମାନଙ୍କୁ ଆଜିର ଦିନର ମର୍ମ ସମ୍ପର୍କରେ କୌଣସି ସୂଚନା ନଥିବା କ୍ରୀଡାବିତ୍ ମାନଙ୍କୁ ଅପମାନ ସଦୃଶ ଅଟେ। ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ରହିଛି ଆମ ଜଟଣୀ ସହର।ଏହି ସହର ରାଜଧାନୀର ସମସ୍ତ ଆଇନ କାନୁନରେ ବନ୍ଧା ହୋଇ ରହିଛି। ହେଲେ ଏହି ସହର କ୍ରୀଡା କ୍ଷେତ୍ରରେ ଯେଉଁ ପ୍ରତିଭା ମାନଙ୍କୁ ଜନ୍ମ ଦେଇଛି ତାହା ରାଜଧାନୀର ଅନ୍ୟ କୌଣସି ସହରରେ ବୋଧ ହୁଏ ନଥିବ। କେବଳ ବ୍ୟବସାୟିକ ସହରଭାବେ ନୁହେଁ ବରଂ କ୍ରୀଡାବିତଙ୍କ ସହରଭାବେ ଏହାକୁ ପରିଗଣିତ କରାଯାଉଥିଲା। ଏବେ କିନ୍ତୁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ଅନେକ କ୍ରୀଡାବିତ୍ ମାନେ ରହିଯାଇଛନ୍ତି,ଯାହାଙ୍କୁ ଆମେ କେବଳ ତାଙ୍କ ନାମାନୁସାରେ ଚିହ୍ନିଛନ୍ତି।ସରକାରଙ୍କ ପକ୍ଷରୁ କ୍ରୀଡାର ବିକାଶ ନିମନ୍ତେ କୋଟିକୋଟି ଟଙ୍କା ସହାୟତା କରାଯାଉଛି। ଫଳରେ ଗ୍ରାମାଞ୍ଚଳର ଯୁବପ୍ରତିଭା ମାନେ ଗ୍ରାମାଞ୍ଚଳରୁ ଆନ୍ତର୍ଜାତୀୟ ସ୍ତରରେ ମନୋନୀତ ହୋଇ ଖେଳିବାର ସୁଯୋଗ ପାଉଛନ୍ତି। ଆମ ଜଟଣୀ ସହରରେ ରହିଥିବା ଅନେକ ଜାତୀୟ ସ୍ତରୀୟ କ୍ରୀଡାବିତ ମାନଙ୍କୁ ସେସବୁ ସୁଯୋଗରୁ ବାଦ ଦିଆଯାଉଛି। ଯେଉଁମାନେ ରହିଛନ୍ତି ହେଲେ ସେମାନଙ୍କର କ୍ରୀଡାର କୌଣସି ପରିଚୟ ନଥିବା ଭଳି ମନେ ହେଉଛି। ଅନେକ ପ୍ରତିଭା ଥାଇ ମଧ୍ୟ କ୍ରୀଡାକୁ ବିକାଶ କ୍ଷେତ୍ରକୁ ନିଆ ଯାଉନାହିଁ ବୋଲି ଆଜି କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡାବିତ୍ ହେମନ୍ତ କୁମାର ସୁନ୍ଦରାୟ କ୍ଷୋଭ ପ୍ରକାଶ କରି କହିଥିଲେ। ସେ ଆହୁରି କହିଥିଲେ ଯେ,ଅନେକ ପ୍ରତିଭା ଅଛନ୍ତି ଯେଉଁମାନଙ୍କ ପରିବାରରେ ଆର୍ଥିକବସ୍ଥା ସ୍ବଛଳ ନାହିଁ,ସେମାନେ ଅଧାରୁ ଖେଳ ଛାଡିବାକୁ ବାଧ୍ୟ ହେଉଛନ୍ତି। ଦୁଃଖ ଏବଂ ପରିତାପର ବିଷୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧିନରେ ଥିବା ଖେଳ ବିଭାଗକୁ ଓଡ଼ିଶା ସରକାରଙ୍କ କୋଟିକୋଟି ଟଙ୍କା କ୍ରୀଡାର ବିକାଶ ପାଇଁ ଆସିଥାଏ। ଏହି ଅର୍ଥ ଷ୍ଟାଡିୟମ ଓ ଜିମନାଷ୍ଟିୟମ ଭଳି ବିଭିନ୍ନ କ୍ରୀଡ଼ାର ଆୟୋଜନ ପାଇଁ ଏବଂ କ୍ରୀଡ଼ାର ବିକାଶ ପାଇଁ ବିନିଯୋଗ ହୋଇଥାଏ। ଆଜିକୁ ଦୀର୍ଘ ବର୍ଷ ହେବ ଖୋର୍ଦ୍ଧା ଜିଲ୍ଲା ନୂତନଭାବେ ନାମିତ ହେବାଠାରୁ ଅଦ୍ୟାବଧି ଖେଳ ବିଭାଗରେ କ୍ରିକେଟ,ଫୁଟବଲ,ହକି, କବାଡି ଏବଂ ଆଥଲେଟିକରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ ରାଜ୍ୟ ସ୍ତରୀୟ ଟିମ୍ ଜୁନିୟର ସବଜୁନିୟର ଓ ସିନିୟର ପ୍ରତ୍ୟେକ କ୍ଷେତ୍ରରେ ପରିଲକ୍ଷିତ ହେଉଛି। ଯାହା ଖୋର୍ଦ୍ଧା ଜିଲ୍ଲା ପାଇଁ ଅସମ୍ମାନ ବୋଲି କୁହାଯାଉଛି। ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ଥିବା ଜେନେରାଲ ସେକ୍ରେଟାରୀ ଏବଂ ବିଭିନ୍ନ ବିଭାଗରେ ଥିବା ସେକ୍ରେଟାରୀ ପ୍ରସ୍ତୁତିର ଚୟନ ପ୍ରକ୍ରିୟା ହୋଇ ପାରୁନଥିବାରୁ କ୍ରୀଡ଼ା ଜଗତରେ କ୍ରୀଡାବିତ୍ ଓ କ୍ରୀଡା ପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଛି। ଜିଲ୍ଲାରେ ବ୍ଲକ ସ୍ତରୀୟ ଏବଂ ପୌରପାଳିକା ଅଧିନରେଥିବା ସମସ୍ତ ୱାର୍ଡରେ ରହିଥିବା କ୍ରୀଡ଼ାବିତ୍ ପ୍ରକୃତରେ ସରକାରଙ୍କ ସୁବିଧା ସୁଯୋଗ ଅଭାବରୁ କ୍ରୀଡାକୁ ବାଦ୍ ଦେଉଥିବା ଅନେକ ଖେଳାଳିମାନେ ମତବ୍ୟକ୍ତ କରିଥିଲେ। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଏକ କ୍ରୀଡାଛାତ୍ରାବାସ ଟିଏ ନିର୍ମାଣ କରାଗଲା ନାହିଁ। ଅନେକ ସ୍ଥାନରେ କ୍ରୀଡା ନାମରେ ସରକାରଙ୍କ ଏକର ଏକର ଜମିକୁ ମାଡିବସି ନିଜ ଅକ୍ତିଆରକୁ ଆଣିଛନ୍ତି। ହେଲେ ସରକାରଙ୍କ ଧର୍ମକୁ ଆଖିଠାର ନ୍ୟାୟରେ ଏସବୁ ପ୍ରତି ଉଦାସିନତା ହେବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି। ଜଟଣୀ ଅଂଚଳରେ ପ୍ରତିବର୍ଷ ପିଲାମାନେ ମ୍ୟାଚ ଓ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରୁଛନ୍ତି ହେଲେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ନମିଳିବାରୁ ଏଥିରେ ପୁଣି ସେମାନଙ୍କ ଖେଳରେ ଡୋରି ବନ୍ଧା ହୋଇଯାଉଛି। ସେହିପରି ଆଉ କେତେକ ଖେଳାଳିମାନଙ୍କୁ ଖେଳ କୋଟାରେ ଚାକିରୀ ମିଳିଥିବା ବେଳେ ସେମାନେ ଏବେ ଖେଳପ୍ରତି ଧ୍ୟାନ ଦେଉନାହାନ୍ତି। ଫଳରେ କ୍ରୀଡ଼ା ଜଗତରେ ପ୍ରତିଭା ମାନଙ୍କର ସଂଖ୍ୟା ଲୋପ ପାଇବାକୁ ବସିଲାଣି। ଏହି କ୍ରମରେ ଜାତୀୟ ସ୍ତରୀୟ ରାଜ୍ୟ ଜିଲ୍ଲା ସ୍ତରରେ ଫୁଟବଲ ଖେଳାଳୀ କେଦାର ବରାଳ,ରବିପ୍ରଧାନ,ନ୍ୟାଜବ ପ୍ରଧାନ ଆଥଲେଟିକ),ମୁନା ପାତ୍ର ଫୁଟବଲ) ଏହିଭଳି ଅନେକ ଖେଳାଳୀ ଅର୍ଥାଭାବରୁ ଖେଳ ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ତେଣୁ ସରକାର ଖୋର୍ଦ୍ଧା ଜିଲ୍ଲାର ଜଟଣୀଭଳି ଅନେକ ଗ୍ରାମ ଓ ସହରରେ ରହିଥିବା ଖେଳାଳିମାନଙ୍କୁ ଚୟନ ପ୍ରକ୍ରିୟା ମାଧ୍ୟମରେ ଖୋଜିବାର ସୁଯୋଗ ପ୍ରଦାନ କରନ୍ତୁ ବୋଲି କହିଥିଲେ।
ରିପୋର୍ଟ ସଞ୍ଜୀବ କୁମାର



