Saturday, November 14, 2026
Home ଆଞ୍ଚଳିକ ଆସିକା ଆଥଲେଟିକ ଆସୋସିଏସନ୍ ତରଫରୁ ଜାତୀୟ କ୍ରୀଡା ଦିବସ ପାଳନ

ଆସିକା ଆଥଲେଟିକ ଆସୋସିଏସନ୍ ତରଫରୁ ଜାତୀୟ କ୍ରୀଡା ଦିବସ ପାଳନ

70

ଆସିକା ୨୯/୮(ଜିଲ୍ଲା ଖବର) : ଆସିକା ଆଥଲେଟିକ ଆସୋସିଏସନ୍ ତରଫରୁ ଆସିକା ଟାଉନ ହଲ ପରିସରରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଯୁବ ବିଧାୟକ ପ୍ରତିନିଧି ନଚିକେତା ସ୍ୱାଇଁ, ସତ୍ୟ ନାରାୟଣ ସ୍ୱାଇଁ, ଭାସ୍କର ସ୍ୱାଇଁ, ଶିବସୁନ୍ଦର ମହାନ୍ତି, ରାମହରି ପାଢ଼ୀ, ଲିଙ୍ଗରାଜ ପଣ୍ଡା, ଵେଦେଶୀ ନାହାକଙ୍କ ସହ ଆଥଲେଟିକ ଆସୋସିଏସନ୍ ସଭାପତି ଦିଲ୍ଲୀପ କୁମାର ପ୍ରାଣିଗ୍ରାହୀ, ସମ୍ପାଦକ ଏମ. ତାରିଣୀ ସେନାପତି, କ୍ରୀଡା ଶିକ୍ଷକ ପଦ୍ମଚରଣ ବିଷୋୟୀ, ଚିତ୍ତରଞ୍ଜନ ଅର୍ଚାଯ୍ୟ, କୈଳାସ ଚନ୍ଦ୍ର ଗୌଡ଼, ରାଜେଶ କୁମାର ଦଳାଇ, ରାମବାବୁ ରେଡି, ବିଶ୍ୱନାଥ ସେଠି, ଅନିଲ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଜାତୀୟ କ୍ରୀଡା ଦିବସ ଅବସରରେ ପୂର୍ବତନ କ୍ରୀଡ଼ାବିତ ଲିଙ୍ଗରାଜ ପଣ୍ଡା, ରାମହରି ପ୍ରାଣୀ, ଭାସ୍କର ସ୍ୱାଇଁ , ଶେଖବାଦଲ ପ୍ରମୁଖ ଖେଳାଳି ମାନଙ୍କୁ ସମ୍ମାନିତ କରାଯାଇଥିଲା l ଆସିକାରେ କ୍ରୀଡା ଭିତିଭୂମିର ବିକାଶ ପାଇଁ ଟାଉନହଲର ଉନ୍ନତି କରଣ କରିବା ପାଇଁ ଯୁବ ବିଧାୟକ ପ୍ରତିନିଧି ନଚିକେତା ସ୍ୱାଇଁ ଘୋଷଣା କରିଥିଲେ l