
ଆସିକା ୨୯/୮(ଜିଲ୍ଲା ଖବର) : ଆସିକା ବ୍ଲକ ନିକଟସ୍ଥ କାଳଷଣ୍ଡ ପୁର ପୀତବାସ ମୁନିଙ୍କ ଘରେ ବିରଳ ବ୍ରହ୍ମକମଳ ପୁଷ୍ପ ଫୁଟିଥିବାର ଦେଖିବାକୁ ମିଳିଛି l ସାଧାରଣତଃ ଏପରି ଦୁର୍ଲଭ ବ୍ରହ୍ମକମଳ ପୁଷ୍ପ ଦେଖିବାକୁ ମିଳିନଥାଏ l ଏହି ପୁଷ୍ପ ଭଗବାନ ବ୍ରିଷ୍ଣୁଙ୍କର ଅତିପ୍ରିୟ ହୋଇଥାଏ l ବ୍ରହ୍ମକମଳ ପୁଷ୍ପକୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକମାନଙ୍କ ବିଶ୍ୱାସ ରହିଛି l ସାଧାରଣତଃ ଏହି ପୁଷ୍ପ ରାତ୍ରିସମୟରେ ଫୁଟେ ଏବଂ ଏହି ଫୁଲକୁ ନେଇ ଅନେକ ପୌରାଣିକ କଥା ମଧ୍ୟ ରହିଛି l ବ୍ରହ୍ମ ଅର୍ଥ ହେଉଛି ବ୍ରହ୍ମl ଏବଂ କମଳ ଅର୍ଥ ହେଉଛି ପଦ୍ମ ଏହି ପଦ୍ମ ସ୍ୱରୂପ ପୁଷ୍ପ ବ୍ରହ୍ମlଙ୍କ ନାଭିଦେଶରୁ ଜାତ ହୋଇଥିବାରୁ ଏହାକୁ ବ୍ରହ୍ମକମଳ କୁହାଯାଏ l ଶାସ୍ତ୍ର ଅନୁଯାଇ ଭଗବାନ ଶିବ ଯେତେ ବେଳେ ଗଣେଶଙ୍କ ଶିର ଛେଦନ କଲେ ତାପରେ ଗଣେଶଙ୍କ ଦେହରେ ହାତୀର ମସ୍ତକ ଆଣି ଲଗାଯାଇଥିଲା କିନ୍ତୁ ସେତେବେଳେ ଗଣେଶ ଜୀବିତ ହୋଇନଥିଲେ ଶେଷରେ ମାତା ପାର୍ବତୀଙ୍କ ଅନୁରୋଧ ରେ ସୃଷ୍ଟି କର୍ତ୍ତା ବ୍ରହ୍ମl ବ୍ରହ୍ମକମଳ ପୁଷ୍ପସୃଷ୍ଟି କଲେ ଏବଂ ସେଇ ପୁଷ୍ପ ମାଧ୍ୟମରେ ଜଳ ଛିଞ୍ଚନ କଲାପରେ ଗଣେଶ ଜୀବିତ ହୋଇ ଥିଲେ l ତେଣୁ ଏହି ବ୍ରହ୍ମକମଳ ପୁଷ୍ପ ହେଉଛି ସ୍ୱର୍ଗର ପୁଷ୍ପ l ଏବଂ ଏହା ଦେଖିବାକୁ ବିରଳ ଅଟେ l କରୋନାର ବିପତି ସମୟରେ ଏହିପରି ଦୁର୍ଲଭ ପୁଷ୍ପର ଫୁଟିବା ମଙ୍ଗଳକର ବୋଲି ଜ୍ଞାନୀବ୍ୟକ୍ତି ମାନେ କହିଛନ୍ତି l


