Home ଆଞ୍ଚଳିକ କରୋନା ବିପତ୍ତି ସମୟରେ ସ୍କୁଲ ଫି ଏବଂ ପରୀକ୍ଷା ସ୍ଥଗିତ ଦାବିରେ ନାଗରିକ କମିଟି ପକ୍ଷରୁ...

କରୋନା ବିପତ୍ତି ସମୟରେ ସ୍କୁଲ ଫି ଏବଂ ପରୀକ୍ଷା ସ୍ଥଗିତ ଦାବିରେ ନାଗରିକ କମିଟି ପକ୍ଷରୁ ବିକ୍ଷୋଭ।

11

ଜଟଣୀ,୨୮/୦୮{ଜିଲ୍ଲା ଖବର}ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଶିକ୍ଷା ବିଭାଗରେ କିଛିଟା ସଂଶୋଧନ ଆଣିଛନ୍ତି। ହେଲେ ପ୍ରକୃତ ଆବଶ୍ୟକକୁ କାର୍ଯ୍ୟକାରୀ କରିନଥିବା ଯୋଗୁଁ କେତେକ ପରିବାରର ପିଲାମାନଙ୍କ ପାଠପଢାଇବାକୁ ନେଇ ଚିନ୍ତାରେ ରହିଛନ୍ତି ଅଭିଭାବକ। ଯେଉଁ ଘରୋଇ ସ୍କୁଲରେ ଭଲପାଠ ପଢିବା ଉଦ୍ଦେଶ୍ୟରେ ପିଲା ପଢୁଛି ସେମାନଙ୍କ ବାପା ମା’ କିପରି ଏଭଳି ମହାମାରୀ ସମୟରେ ସ୍କୁଲ ଫି ଭରିବେ। ଏଥି ସହିତ ଏଭଳି ସ୍ଥିତିରେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଘରେ ରଖି ପାଠ ପଢିବାକୁ କୁହାଯାଉଥିବା ବେଳେ ସେମାନଙ୍କ ସ୍କୁଲ ଫିକୁ ଛାଡ କରାଯାଉ,ଏଥି ସହିତ ଜେଇ,ନିଟ୍ ଓ ୟୁଜିସି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରିବା ସହିତ କିଛିଦିନ ଘୁଞ୍ଚାଯାଉ ବୋଲି ଶୁକ୍ରବାର ପୁର୍ବାହ୍ନରେ ଜଟଣୀ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ହରିଭାଇନା ଛକଠାରେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ଦାବି ଜଣାଇଥିଲେ। ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ବରେ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ,କଳିଙ୍ଗ କୁମାର ସାହୁ,ମୌସର ଅଲୀ, ଲୁସେନ ରାୟସୌମ୍ୟ ଶ୍ରୀଚନ୍ଦନ,କାଳନ୍ଦୀ ଚରଣ ନାୟକ, ମାଧବ ପାଟଶାଣୀ,ଲିଟୁ ଶତପଥୀ, ସୁଲୁ ରଥଙ୍କ ବିଭିନ୍ନ ଛାତ୍ରସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ବିକ୍ଷୋଭରେ ସାମିଲ ହୋଇଥିଲେ। ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଇଇ ଓ ନିଟ ପରୀକ୍ଷା ଆୟୋଜନ କରିବା ଦୁର୍ଭାଗ୍ୟ ଜନକ ବୋଲି ବିକ୍ଷୋଭରେ କହିଛନ୍ତି। ଯଦି ପରୀକ୍ଷାର ଆୟୋଜନ କରାଯିବ ତେବେ ଛାତ୍ରଛାତ୍ରୀମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଅନ୍ୟ ପକ୍ଷରେ ପରିବହନ ସେବାକୁ ସରକାର ସ୍ଥଗିତ ରଖିଥିବା ବେଳେ ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ପାଇଁ ଯାଇପାରିବେ ବୋଲି କହିଛନ୍ତି।

ରିପୋର୍ଟ ସଞ୍ଜୀବ କୁମାର