Saturday, November 14, 2026
Home ଆଞ୍ଚଳିକ ଦେଶି ବନ୍ଧୁକ ତିଆରି ବେଳେ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା...

ଦେଶି ବନ୍ଧୁକ ତିଆରି ବେଳେ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା ପୋଲିସ

171

ବିଷମକଟକ, ୨୮(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତ୍ରଗତ ବୁରୁଜୁଗୁଡା ଗାଁ ନିକଟରେ ଦେଶି ବନ୍ଧୁକ ତିଆରି ବେଳେ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା ପୋଲିସ୍ I ଗିରଫ 2 ଜଣ ହେଉଛନ୍ତି ଗୌରାଙ୍ଗ କରକରିଆ ଓ ହାତିରାମ କୁଲେସିକା, ବିଶେଷ ସତ୍ରରୁ ଖବର ପାଇ ମୁନିଗୁଡା ପୋଲିସ୍ ବୁରୁଜୁଗୁଡା ଗାଁ ନିକଟ ଏକ କମାରଶାଳରେ ବେଆଇନ୍ ଭାବେ ତିଆରି ହେଉଥିବା ବେଳେ ତିଆରିପାଇଁ ରଖାଯାଇଥିବା ପାଇପ୍, ରଡ୍, ହାମର, ଚୁଲି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ କେଶ ନଂ 120/20 ରେ ଏକ ମାମଲା ରୁଜୁକରି ସେ ଦୁହିଁଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହା କାହିକି ତିଆରି କରାଯାଉଥିଲା ଓ ଏଥିରେ କାହାର ସଂପୃକ୍ତି ଅଛି ସେ ବିଷୟରେ ଅଧିକ ଖୋଳତାଡ ଜାରି ରଖିଛି I

ରିପୋର୍ଟ ପ୍ରସନ୍ନ କୁମାର ପଣ୍ଡା ।