
ଜଟଣୀ,୨୬/୦୮{ଜିଲ୍ଲା ଖବର} ଖୋର୍ଦ୍ଧା ଜିଲ୍ଲା ଜଟଣୀର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ସହରରେଥିବା ଘରୋଇ ହସ୍ପିଟାଲ,ବ୍ୟାଙ୍କ ଓ ରେଷ୍ଟୁରାଣ୍ଟ ଗୁଡିକୁ ପୌରପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି। ଜଟଣୀର କୁଦିଆରୀ ଠାରେ ଥିବା ସୟଦ ମେମୋରିଆଲ ହସ୍ପିଟାଲ ନାମକ ଏକ ଘରୋଇ ହସ୍ପିଟାଲରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଚଡିଏଫସି ଓ ମୁଥୁଟ ଫାଇନାନ୍ସ ବ୍ୟାଙ୍କ ଗୁଡିକରେ ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି। ସେହିପରି ମହୁଲଗୁଡିଆ ଛକ ଠାରେ ଥିବା ଗଣେଶ ଫୁଡ୍ ପ୍ଲାଜାରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ନେଇ ସବୁଗୁଡ଼ିକୁ ପୌରପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି। ଜଟଣୀ ଅଞ୍ଚଳରେ ମୋଟ ୩୬୬ଜଣ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପକ୍ଷରୁ ସୁଚନା ମିଳିଛି। ଏଥି ମଧ୍ୟରେ ଗ୍ରାମାଞ୍ଚଳରେ ୧୫୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ସହରାଞ୍ଚଳରେ ୨୦୬ ଜଣ ରହିଛନ୍ତି। ତେଣୁ ଜଟଣୀରେ କ୍ରମାଗତଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହିପରି ବୁଧବାର ସୁଦ୍ଧା ସରକାରଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତ ହୋଇ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ସହରାଞ୍ଚଳରେ ୩ଜଣ ମୃତ୍ୟୁ ବରଣ କରିଥିବା ସୁଚନା ପ୍ରାପ୍ତ ହୋଇଛି। ତେବେ ଆଜି ସୁଦ୍ଧା ମୋଟ ୨୫୪୯ ଜଣଙ୍କ ଆଣ୍ଟିଜେନ ଟେଷ୍ଟ ପାଇଁ ଯାଇଥିବା କୁହାଯାଇଛି। ଆଜି ନୂତନଭାବେ ଜଟଣୀ ପୌରପରିଷଦ ଅଧିନସ୍ଥ ବାଲିଛକ ସାହିରେ ଜଣେ ଓ ରାଜା ବଜାରରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ଗ୍ରାମାଞ୍ଚଳ ତଥା ବ୍ଲକର ପଦନପୁର ଅଞ୍ଚଳରେ ୩ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି। ତେବେ ବୁଧବାର ସ୍ବାସ୍ଥ୍ୟ ବିଭାଗ ରିପୋର୍ଟନୁସାରେ ମୋଟ ୧୧୮୫ଜଣ ସୁସ୍ଥ ହୋଇଥିବା ବେଳେ ୯୬ଜଣ ପଜିଟିଭ ଏବଂ ୨୪୫୩ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ତେଣୁ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳ ସର୍ବାଧିକ କରୋନା ସଂକ୍ରମିତ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ସମୀକ୍ଷା ଏବଂ ତଦନ୍ତ କାର୍ଯ୍ୟ ଜୋରଦାର କରାଯାଇଛି। ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ରିପୋର୍ଟ ସଞ୍ଜୀବ କୁମାର



