
କଟକ,୨୬/୦୮(ଜିଲ୍ଲା ଖବର) : ନରସିଂହପୁର ବ୍ଲକ ର ବାଲିସାହି ଠାରୁ କାଠଖୁଣ୍ଟ ପର୍ଯ୍ୟନ୍ତ ଏହି ସଡକ ରେ ଯାତାୟାତ କରିବା ବର୍ତ୍ତମାନ ସମ୍ଭବ ହୋଇପାରୁନାହିଁ।ପ୍ରକାଶ ଥାଉ 2008 ମସିହା ରେ ବାଲିସାହି ଠାରୁ କାଠଖୁଣ୍ଟ ପର୍ଯ୍ୟନ୍ତ ଏହି ରାସ୍ତାଟିକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନାମିତ କରାଯାଇଥିଲା। ଏହାର ଅଟକଳ।ମୂଲ୍ୟ ଏକକୋଟି ଚଉସ୍ତରୀ ଲକ୍ଷ ସାତ ହଜାରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ପାଞ୍ଚବର୍ଷ ଯଥା ଦୁଇହଜାରେ ତେର ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ସାତ ଲକ୍ଷ ଚଉସଠି ହଜାରେ ରହିଥିଲା। ଏହି ରାସ୍ତାଟି ଏହି ରାସ୍ତାକୁ ଗ୍ରାମ ଉନ୍ନୟନ ବିଭାଗ ହାତକୁ ନେଇଥିଲାବେଳେ ସେହିଦିନ ଠାରୁ ଆଉ ରାସ୍ତାରେ ମାଟି ଗାଣ୍ଡୁଆଟେ ଆଜି ପର୍ଯ୍ୟନ୍ତ ପଡ଼ିନାହିଁ। ଏହି ରାସ୍ତାରେ ଚାରିଗୋଟି ପଞ୍ଚାୟତ ର ବାସିନ୍ଦା ଯିବା ଆସିବା କରିଥାନ୍ତି। ଶହଶହ ସଂଖ୍ୟରେ ଗାଡି ମୋଟର ଯିବା ଆସିବା ସାଙ୍ଗ କୁ ରାସ୍ତାଟି ପୁରା ଖାଲଖମା ରେ ପରିପୂର୍ଣ ହୋଇଯାଇଛି। ବର୍ତ୍ତମାନ ଲଘୁଚାପ ର ପ୍ରଭାବରେ କାଦୁଅ ପଚ ପଚ ସାଙ୍ଗକୁ ରାସ୍ତାରେ ମେଣ୍ଟାଲ ବାହାରି ଥିବାରୁ ଜନସାଧାରଣ ମାନେ ରାସ୍ତାରେ ଚାଲିବାପାଇଁ ଉଚିତ ମନେକରୁନାହାନ୍ତି। ଆଗାମୀ ଦିନରେ ଯଦି ଏହି ରାସ୍ତା ମରାମତି ନ ହୁଏ ଡିମିରିଆ କୋକଲବା ,ପୁରସ୍ତମପୁର ,ନୂଆଗାଁ, କାଠଖୁଣ୍ଟ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ରାଜ ରାସ୍ତାକୁ ଅବରୋଧ କରିବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ଏ ବିଷୟରେ ବିଭାଗୀୟ ଯନ୍ତ୍ରୀକୁ ପଚାରିଲେ କ୍ୟାମେରା ଆଗରେ କିଛି କହିବାକୁ ମନାକରି ଦେଇଛନ୍ତି ।


ରିପୋର୍ଟ ଯଶୋବନ୍ତ ବେହେରା ।



