ମନ୍ଦିରରୁ ଚୋରି

20

କଟକ,୨୬/୮(ଜିଲ୍ଲା ଖବର) : ନରସିଂହପୁର ବ୍ଲକ ର ଦେବଭୂମି ପଞ୍ଚାୟତରୁ ଗଲା ରାତିରେ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛିପ୍ରକାଶ ଥାଉକି ଲଗାଣ ବର୍ଷା ହୋଇଥିବାରୁ ଗଲା ରାତିରେ କିଛି ଦୁର୍ବୁତ୍ତ ମାନେ ଆସି ମନ୍ଦିରର କବାଟ ଭାଙ୍ଗି ଠାକୁରଙ୍କର କଂସା ବାସନ ଓ ପିତଳ ମୂର୍ତ୍ତି ଚୋରି ହୋଇ ଯାଇଛି। ସେହିପରି ରାଧାକୁର୍ଷ ମନ୍ଦିର , ଶନି ମନ୍ଦିର ଓ ନୀଳକଣ୍ଠସ୍ବର ମନ୍ଦିର ର କବାଟ ଭାଙ୍ଗି ସବୁ ଲୁଟିନେଇଥିଲେସେହି ରାତ୍ରିରେ ଏକାଥରେ ତିନୋ ଟି ମନ୍ଦିରରୁ ଚୋରି ହେବା ଘଟଣାକୁ ଗ୍ରାମବାସୀଙ୍କ ଚିନ୍ତାର କାରଣ ପାଲଟିଛି। ଗ୍ରାମବାସୀଙ୍କ ତରଫରୁ ଆଜି ନରସିଂହପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ପୋଲିସ ଗାଡି ପଠାଇବା ସହ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି। ପ୍ରକାଶ ଥାଉକି ପୂର୍ବରୁ ଦୁଇଗୋଟି ଜାଗାରୁ ଚୋରି ହୋଇଥିଲା ବେଳେ ପୋଲିସ କାହାକୁ ଏ ପର୍ଯ୍ୟନ୍ତ ଗିରଫ କରିବାରେ ସକ୍ଷମ ହୋଇ ପାରି ନାହିଁ ।

ରିପୋର୍ଟ ଯଶୋବନ୍ତ ବେହେରା ।