
ବାଲିଗୁଡା,୨୬/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଠାରେ ସ୍ଵାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ କାର୍ଯ୍ୟାଳୟ ପରିସରରେ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଏହି ବୈଠକ ରେ ମହାତ୍ମା ଗାନ୍ଧୀ ଓ ଜବାହାରଲାଲ ନେହେରୁ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବାକୁ ଓ ରାସ୍ତା ଚାରିପାଖ ସଫା ରଖିବା ନିମନ୍ତେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ,ବାଲିଗୁଡ଼ା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇଥିଲେ।ତତ ସହିତ ସମସ୍ତ କର୍ମଚାରୀ, କାଉନସିଲର୍,ଅଧ୍ୟକ୍ଷ ଉପସ୍ଥିତ ଥିବାର ଜଣାଯାଇଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



