Home ଆଞ୍ଚଳିକ ଜଟଣୀ ପୌରକାର୍ଯ୍ୟାଳୟ କନିଷ୍ଠ ସହାୟକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ।

ଜଟଣୀ ପୌରକାର୍ଯ୍ୟାଳୟ କନିଷ୍ଠ ସହାୟକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ।

51

ଜଟଣୀ,୨୬/୦୮{ଜିଲ୍ଲା ଖବର} ଜଟଣୀ ପୌରପରିଷଦର କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ ଦେହକୁ ଜଟଣୀ ଅଗ୍ନିଶମ ବିଭାଗ ଏକ ପୁରାତନ ପୋଖରୀ ନିକଟରୁ ଉଦ୍ଧାର କରିଛି। ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ଏନେଇ ଜଟଣୀଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ବାଛରା ଅଞ୍ଚଳରେ ରହୁଥିବା ହରି ବାହାଦୁର ବିଷ୍ଟ୍ରା(୩୫) ଜଟଣୀ ପୌରପରିଷଦରେ କନିଷ୍ଠ ସହାୟକଭାବେ କାର୍ଯ୍ୟ କରନ୍ତି। ମାତ୍ର ଦିର୍ଘ ୫ ଦିନରୁ କାର୍ଯ୍ୟରେ ଯୋଗଦେଇଥିବା ପୌରକାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। ଏନେଇ ପୌରନିର୍ବାହୀ କାର୍ଯ୍ୟରେ ଅନୁପସ୍ଥିତିକୁ ନେଇ ହରିଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ଜାରିକରିଥିଲା ବେଳେ ସେ କୌଣସି ଉତ୍ତର ଦେଇନଥିଲେ ବୋଲି ପୌରକାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି। ତେବେ ମଙ୍ଗଳବାର ଅପରାହ୍ନରେ ଜଟଣୀର ସର୍ବପୁରାତନ ମିଲ ପୋଖରୀ ନିକଟରେ ହରିଙ୍କ ମୃତଦେହ ପଡ଼ିଥିବା ନେଇ ପ୍ରଥମେ ଜଟଣୀ ଅଗ୍ନିଶମ ବିଭାଗକୁ କେହି ଫୋନ ଯୋଗେ ଜଣାଇଥିଲା। ଖବରପାଇଁ ତାଙ୍କର ମୃତ ଦେହକୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ପଡ଼ିଥିବା ସ୍ଥାନରେ ହଳେ ଚପଲ ପଡ଼ିଥିବା ସହିତ ଅନତି ଦୂରରେ ହରିଙ୍କ ବାଇକ୍ ଓ ଏକ ବ୍ୟାଗ୍ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ନିଜ ପକ୍ଷରୁ ୩୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ଏପରି ଆକସ୍ମିକ ମୃତ୍ୟୁକୁ ନେଇ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି।

ରିପୋର୍ଟ ସଞ୍ଜୀବ କୁମାର