Home ଆଞ୍ଚଳିକ ଖୋର୍ଦ୍ଧାରୋଡ ରେଳପଥ ଅଭିନବ ବ୍ୟବସ୍ଥା।ରେଳସାଇକେଲ ମାଧ୍ୟମରେ ହେବ ଟ୍ରାକ ନିରୀକ୍ଷଣ କାର୍ଯ୍ୟ।

ଖୋର୍ଦ୍ଧାରୋଡ ରେଳପଥ ଅଭିନବ ବ୍ୟବସ୍ଥା।ରେଳସାଇକେଲ ମାଧ୍ୟମରେ ହେବ ଟ୍ରାକ ନିରୀକ୍ଷଣ କାର୍ଯ୍ୟ।

37

ଜଟଣୀ,୨୫/୮ ପୁର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ରେଳ ଡିଭିଜନ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଣୟନ କରାଯାଇଛି। ଟ୍ରାକ୍ ନିରୀକ୍ଷଣ ତଥା ଜରୁରୀ ମରାମତି ପାଇଁ ରେଳ ସାଇକେଲ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଖୋର୍ଦ୍ଧାରୋଡ୍ ରେଳପଥର ଏହା ଏକ ସ୍ବତନ୍ତ୍ର ବ୍ୟବସ୍ଥାରେ କରାଯାଇଛି। ରେଳ ସାଇକେଲ ନାମରେ ନିରୀକ୍ଷଣ,ଏବଂ ଜରୁରୀ ମରାମତି ପାଇଁ ରେଳ ଟ୍ରାକ୍ ରେ ଶୀଘ୍ର ଯାତ୍ରା କରି ସ୍ବଳ୍ପ ସମୟ ମଧ୍ୟରେ କାର୍ଯ୍ୟ ହାସଲ କରିପାରିବେ। ଟ୍ରେନ୍ ଗୁଡିକର ଗତି ବଢିବାପରେ ଏସବୁ ବ୍ୟବସ୍ଥା କରାଯାଉଥିବା ରେଳବିଭାଗ ପକ୍ଷରୁ କୁହାଯାଇଛି। ଏହି ରେଳ ସାଇକେଲର ବେଗ ଘଣ୍ଟା ପ୍ରତି ୧୦ ରୁ ୧୫ କିମି ବେଗରେ ଗତି କରିବ। ଏଥି ବ୍ୟତିତ ରେଳ ସାଇକେଲକୁ ପେଟ୍ରୋଲିଂ, ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା କାର୍ଯ୍ୟରେ ବହୁଳ ପରିମାଣରେ ବ୍ୟବହୃତ ହୋଇପାରିବ। ଦୈନିକ ଡ୍ୟୁଟିରେ ଥିବା ଯାଞ୍ଚ କର୍ମଚାରୀ ମାନଙ୍କୁ ଏହି ସାଇକେଲ ବଡ ସହାୟକ କରିପାରିବ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ସାଇକେଲ୍ ବାଲାନ୍ସିଂ ନିମନ୍ତେ ଡୋଲି ହୁଇଲ୍ ବ୍ୟବହାର କରାଯାଇଛି। ରେଳମଣ୍ଡଳର ପରମାନେଣ୍ଟ୍ ୱେ ୟୁନିଟ ଦ୍ବାରା ଇନହାଉସ୍ ପ୍ରସ୍ତୁତି କରାଯାଇଛି। ଫଳରେ ଏହାର ବ୍ୟବହାର ଭ୍ରାମ୍ୟମାଣ ପେଟ୍ରୋଲିଂରେ କରାଯିବ। ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଅନ୍ତର୍ଗତ ୧୮ଟି ପରମାନେଣ୍ଟ୍ ୱେ ୟୁନିଟ ମରୁ ୮ଟି ୟୁନିଟ ଯଥା ବ୍ରହ୍ମପୁର,ସୋମପେଟା ଖୋର୍ଦ୍ଧାରୋଡ୍ ଗୋରଖନାଥ କଟକ, ଭଦ୍ରକ,ଯାଜପୁର,କେଉଁଝର ରୋଡ୍ ଓ ଢେଙ୍କାନାଳ ୟୁନିଟଗୁଡିକରେ ଏହି ସାଇକେଲ ପ୍ରସ୍ତୁତ କରାଯାଉଛି। ସାଇକେଲଟିକୁ ବ୍ୟବହାର କରୁଥିବା କର୍ମଚାରୀମାନେ ନିଜେ ଖୋଲି ମରାମତି ମଧ୍ୟ କରିପାରିବେ। ଏହାର ଓଜନ ୩୦ କିଲୋ ମଧ୍ୟରେ ରହିଛି। ମହାମାରୀ କରୋନା ସଂକ୍ରମଣରେ ପ୍ରଭାବିତ ହୋଇଥିବା ଅଞ୍ଚଳ ତଥା ରେଳମଣ୍ଡଳ ସେକ୍ସନ ଗୁଡିକରେ ଯାତାୟତ ପାଇଁ କୌଣସି ଯାନବାହନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଥିବା କୁହାଯାଇଛି।

ରିପୋର୍ଟ ସଞ୍ଜୀବ କୁମାର