
ଜଟଣୀ,୨୫/୦୮{ଜିଲ୍ଲା ଖବର}ଜଟଣୀର କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ ମା’ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ସ୍ଥିତ ଧୁମାତଶାସନ ଗ୍ରାମ ନିଜ ବାସଭବନରେ ଇହଲୀଳା ସସ୍ମରଣ କରିଛନ୍ତି। ଜଟଣୀର ଏକ ଦୈନିକ ଖବର କାଗଜର ଜଟଣୀ ପ୍ରତିନିଧି ଦିଲିପ କୁମାର ଶତପଥୀଙ୍କ ମା’ ପାର୍ବତୀ ଶତପଥୀଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଜଣେ ମିଷ୍ଟଭାଷି ଏବଂ ପରୋପକାରୀ ମହିଳା ଥିଲେ। କେନ୍ଦ୍ରାପଡା ଜିଲ୍ଲାର ଅନେକ ମହିଳାମାନଙ୍କ ସମସ୍ୟାରେ ସାମିଲ ହୋଇ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମା’ଙ୍କ ମୃତ୍ୟୁ ଖବର ଶୁଣି ଦିଲିପ ଗ୍ରାମ ଧୁମାତ ଶାସନରେ ପହଞ୍ଚିଥିଲେ। ମୃତ୍ୟୁ ଶଯ୍ୟାରେ ପରିବାରର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ବୋଲି ସାମ୍ବାଦିକ ଦିଲିପ କହିଛନ୍ତି।
ରିପୋର୍ଟ ସଞ୍ଜୀବ କୁମାର



