Saturday, November 14, 2026
Home ଆଞ୍ଚଳିକ କୁନି କୁନି ଛାତ୍ରଛାତ୍ରୀ ମାନେ ପରିବେଶ ସଫା କରି ସାଜିଲେ କରୋନା ଯୋଦ୍ଧା

କୁନି କୁନି ଛାତ୍ରଛାତ୍ରୀ ମାନେ ପରିବେଶ ସଫା କରି ସାଜିଲେ କରୋନା ଯୋଦ୍ଧା

143

ହିଞ୍ଜିଳିକାଟୁ ୨୫/୦୮(ଜିଲ୍ଲା ଖବର) : ଭାରତ ସରକାର ସ୍ୱଚ୍ଛ ଭାରତ ଅଭିଯାନ କୁ ସଫଳ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରିଥିବା ଦେଖିବାକୁ ମିଳୁଛି।କିନ୍ତୁ ଏହା ବାସ୍ତବ କାମରେ ଲାଗୁନି।ବିଭିନ୍ନ ଆଳରେ ଟଙ୍କାକୁ ହଡ଼ପ କରା ଯାଉଛି।ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରି ଚାଲିଛି।ଏହା ଫଳରେ ଜନସାଧରଣ ବାହାରକୁ ବାହାରିବାକୁ ଡରୁଛନ୍ତି।ଏହି ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ରାଳବ ଗ୍ରାମର କୁନି କୁନି ଛାତ୍ର ନିଜ ପରିବେଶକୁ ପରିଷ୍କାର ରଖିବା ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି।ସେମାନେ ଗ୍ରାମର ସୁନାରି ସାହିରେ ଜମି ରହିଥିବା ଅଳିଆ ଆବର୍ଜ୍ଜନା କୁ ସଫା କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ସେମାନଙ୍କ ଏହିପରି କାମକୁ ଦେଖି ଗ୍ରାମ ବସି ପ୍ରଶଂସା କରିଛନ୍ତି।ଛାତ୍ର ଛାତି ମାନେ କହିଛନ୍ତି ପରିବେଶ ସୁରକ୍ଷା ଆମର ଦାଇତ୍ୱ। ଏଥି ସହ ସମସ୍ତେ ଯଦି ହାତକୁ ହାତ ମିଶାଇ ଏହିପରି କାମ କରିବା ତାହାଲେ ସ୍ୱଚ୍ଛ ଭାରତ ଅଭିଯାନ ନିଶ୍ଚୟ ସଫଳ ହୋଇ ପାରିବ।