
ବାଲିଗୁଡା,୨୫/୦୮{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ କୁନାଲ୍ ପ୍ରଧାନ କଣ୍ଟେନ ମେଣ୍ଟ ଜୋନ ଏବଂ ବଫର୍ ଜୋନ୍ ଘୋଷଣା କରିଛନ୍ତି। ସରକାର କରୋନା ମହାମାରୀରୁ ବଞ୍ଚିବାକୁ ବିଭିନ୍ନ ପ୍ରକାର ଉପାୟରେ ସଚେତନତା କରାଉଛନ୍ତି। ପୋଲିସ କର୍ମଚାରୀ,ନର୍ସ ଏବଂ ଡାକ୍ତର ରାତି ଦିନ ପରିଶ୍ରମ କରୁଛନ୍ତି। ସେହିଭଳି ସମାଜସେବୀ ମାନେ ମଧ୍ୟ ଗାଁ ଗାଁ ବୁଲି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଲୋକ ମାନଙ୍କୁ ବୁଝାଉଛନ୍ତି କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳିଛି ବାରଖମା ଷ୍ଟେଟ ବ୍ୟାଙ୍କରେ ଲୋକମାନେ କିଭଳି ଭିଡ ଭିତରେ ରହିଛନ୍ତି। ନା ଅଛି ଭୟ ,ନା ଅଛି ସାମାଜିକ ଦୂରତା। ବାରଖମା ବ୍ୟାଙ୍କ ର ଭିଡ଼ କୁ ଦେଖି ବାରଖମା ବ୍ୟାଙ୍କ ମ୍ୟାନେଜର କହିଛନ୍ତି ଯେ,ମୋ ପାଖରେ ଷ୍ଟାପ ନାହାନ୍ତି ଲୋକ ଆସିକି ଭିଡ଼ କଲେ ମୁଁ କଣ କରିବି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



