
ଜଟଣୀ,୨୪/୦୮{ଜିଲ୍ଲା ଖବର}ଜଟଣୀର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସମ୍ଭାବନା ପରିବାର ଆନୁକୂଲ୍ୟରେ କୋଭିଡ୍ ନିୟମକୁ ମାନି ଏକ ରକ୍ତଦାନ ଶିବିର ସ୍ଥାନୀୟ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଭାବେ ବି ଡି ଓ ଦିଲ୍ଲୀପ କୁମାର ଷଡଙ୍ଗୀ ଯୋଗଦେଇ ଉଦଘାଟନ କରିଥିଲେ। ରେଡ଼କ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର ଶ୍ରୀକାନ୍ତ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମୋଟ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଅନ୍ୟତମ ଅତିଥି ଭାବେ କ୍ୟାପଟେନ୍ ମନ୍ମଥ ରାଉତରାୟ,କ୍ରୀଡାବିତ୍ ହେମନ୍ତ କୁମାର ସୁନ୍ଦରାୟ,ଲାୟନସ୍ କ୍ଲବ୍ ର ସଭାପତି ଲାୟନ ଅଶୋକ କୁମାର ଅଗ୍ରୱାଲ,ଲାୟନ ସୁଧାଂଶୁ କୁମାର ମହାନ୍ତି,ସରପଞ୍ଚ ସୁନୀଲ କୁମାର ରାଉତରାୟ ଏବଂ ପ୍ରଦୋଷ ଜେନା ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଭାପତି ସନ୍ତୋଷ କୁମାର ପାତ୍ର, ସହସମ୍ପାଦକ ନିତ୍ୟଜିତ୍ ଚମ୍ପତି,ଅମିନ ରାଉତ୍,ଦିଲ୍ଲୀପ୍ ସିଂ, ସୁକାନ୍ତ ନାୟକ,ରମାକାନ୍ତ ମହାରଣା, ଅବଦୁଲ ସତାର,ରାଜେଶ କୁମାର ପାଇକରାୟ ପ୍ରମୁଖ ପରିଚାଳନା କରିଥିବା ବେଳେ ସୁରକ୍ଷା ମଞ୍ଚ ଜଟଣୀ ପକ୍ଷରୁ ଶିବ ପ୍ରସାଦ ମହାନ୍ତି, ଚିତ୍ତ ରଞ୍ଜନ ପ୍ରଧାନ,ଚିତ୍ତ ରଞ୍ଜନ ସ୍ଵାଇଁ,ମନମୋହନ ଶତପଥୀ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ଦେବ ପ୍ରସାଦ ଦାଶ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ ସଞ୍ଜୀବ କୁମାର



