Wednesday, July 22, 2026
Home ଆଞ୍ଚଳିକ ଏକ୍ସପାଇରି ମ୍ୟାଗି ନୁଡଲ୍ସ ଖାଇ ୮ ଗାଈ ମୃତ ଓ ୧୫ ଆକ୍ରାନ୍ତ ଗ୍ରାମବାସୀଙ୍କ ଉତ୍ତେଜନା।

ଏକ୍ସପାଇରି ମ୍ୟାଗି ନୁଡଲ୍ସ ଖାଇ ୮ ଗାଈ ମୃତ ଓ ୧୫ ଆକ୍ରାନ୍ତ ଗ୍ରାମବାସୀଙ୍କ ଉତ୍ତେଜନା।

40

ଜଟଣୀ,୨୩/୦୮{ଜିଲ୍ଲା ଖବର} ଜଟଣୀ ଥାନା ଅନ୍ତର୍ଗତ ଷଣ୍ଡପୁର ମୌଜାରେ ଏକ ଗୋଚାରଣ ପରିତ୍ତ୍ୟକ୍ତ ଜମିରେ କେହି ଅସାମାଜିକ ବ୍ୟକ୍ତି ୨୦ ରୁ ୩୦ ବସ୍ତା ମ୍ୟାଗି ପ୍ୟାକେଟ୍ ଫିଙ୍ଗି ଦେଇଥିବା ବେଳେ ଏହାକୁ ଖାଇ ଗ୍ରାମର ୮ରୁ ଉର୍ଦ୍ଧ୍ବ ଗାଈ ମୃତ୍ୟୁ ବରଣ କରିଥିବା ବେଳେ ଏଥିରେ ୧୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ଏଣେତେଣେ ପଡିଥିବା ଅଭିଯୋଗ ହୋଇଛି। ଯେଉଁ କମ୍ପାନୀ ନାମରେ ପ୍ୟାକେଟରେ ଲେବଲ ରହିଛି,ଏହା ତାଙ୍କର ନୁହେଁ ବୋଲି କହିଛନ୍ତି ସୁଚନାନୁସାରେ,ଜଟଣୀ ଥାନା ଅନ୍ତର୍ଗତ ଷଣ୍ଡପୁର ଅଞ୍ଚଳ ଅଧିନସ୍ଥ ପଣାଗାର ପଛପାର୍ଶ୍ଵରେ ରହିଥିବା ଏକ ପରିତ୍ତ୍ୟକ୍ତ ଗୋଚାରଣ ଜମିରେ କେହି ଦୁର୍ବୁତ୍ତ ୪୦ ରୁ ୫୦ ପ୍ୟାକେଟ ଏକ୍ସପାୟରି ମ୍ୟାଗି ଫିଙ୍ଗି ଦେଇଥିଲେ। ମାତ୍ର ଆଜି ପୁର୍ବାହ୍ନରେ ଷଣ୍ଡପୁର ଗ୍ରାମର କିଛି ଗାଈ ସେଠାକୁ ଚରିବାକୁ ଯାଇଥିବା ବେଳେ ସେଠାରେ ପଡିଥିବା ଏକ୍ସପାୟରି ମ୍ୟାଗି କୁ ଖାଇଦେଇଥିଲେ। ଫଳରେ ଗାଈମାନଙ୍କ ପେଟରେ ସଂକ୍ରମଣ ହୋଇ ବିଭିନ୍ନ ସ୍ଥାନରେ ପଡି ମୃତ୍ୟୁ ବରଣ କରିଥିବା ଷଣ୍ଡପୁର ଗ୍ରାମର ମା କାଳିକା ଯୁବକ ସଂଘର କର୍ମକର୍ତ୍ତାମାନେ ଦେଖି ଏନେଇ ଖୋଜାଖୋଜି ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ଜଟଣୀର “ଜୟ ବାଲାଜୀ ଫୁଡ୍ ପ୍ରଡକ୍ଟ ଲୋଗୋ ଥିବା ପ୍ୟାକେଟ ଗୁଡିକ ପଡିଥିବା ଦେଖିବାକୁ ମିଳିଥିଲା।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,ଏହି ଏକ୍ସପାୟରି ମ୍ୟାଗି ଖାଇ ୮ଟି ଗାଈ ମୃତ୍ୟୁ ବରଣ କଲେ ସେଥିପାଇଁ ଦାୟୀ କିଏ ?

ରିପୋର୍ଟ ସଞ୍ଜୀବ କୁମାର